ଟ୍ରକକୁ ଧକ୍କା ଦେଲା ବସ୍ ଜଣେ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ

truck busକେନ୍ଦୁଝର: ଟ୍ରକକୁ ଧକ୍କା ଦେଲା ବସ୍। ଦୁର୍ଘଟଣାରେ ଜଣେ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ। ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ବସଟି କେନ୍ଦୁଝର ଜିଲ୍ଲା ବାଟହରିଚନ୍ଦନପୁର ନିକଟରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବସ୍ ହେଲପରଙ୍କ ମୃତ୍ୟୁ ହୋଇଥିଲା। ସ୍ୱସ୍ତିକ ନାମକ ଘରୋଇ ବସ୍ଟି ବଡବିଲ କିରିବୁରରୁ ଭୁବନେଶ୍ୱର ଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.