ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କ ମୃତ୍ୟୁ, କ୍ଷତି ପୁରଣ ଦାବିରେ ରାସ୍ତା ଅବରୋଧ

ବଲାଙ୍ଗିର(କେ ନ୍ୟୁଜ): ବଲାଙ୍ଗିର-ସୋନପୁର ରାସ୍ତାର ସାତମାଇଲ ଛକରେ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଏହି ଦୁର୍ଘଟଣାରେ ମୃତ ବାଇକ ଆରୋହୀ ହେଲେ କେଲେର ବାହାଲୀ ଗାଁର ଭୂତୀ ବାଘ । ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକଙ୍କୁ ସ୍ଥାନୀୟ ଲୋକ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ପୁଇଁତଳା ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ମୃତକଙ୍କ ପରିବାରକୁ କ୍ଷତି ପୁରଣ ଦାବିରେ ରାସ୍ତା ଅବରୋଧ କରାଯାଇଥିଲା । ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଓ କ୍ଷତିପୂରଣର ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.