କରଞ୍ଜିଆ: ଘର ଭିତରକୁ ପଶିଗଲା ୧୨ ଚକିଆ ହାଏୱା ଟ୍ରକ୍, ଅଳ୍ପକେ ବର୍ତ୍ତିଗଲା ୭ ଜଣଙ୍କ ଜୀବନ

କରଞ୍ଜିଆ: ଘର ଭିତରକୁ ପଶିଗଲା ୧୨ ଚକିଆ ହାଏୱା ଟ୍ରକ। ଅଳ୍ପକେ ବର୍ତ୍ତିଗଲା ଘରେ ଥିବା ୭ ଜଣଙ୍କ ଜୀବନ। ଜଶୀପୁର ଥାନା ଅନ୍ତର୍ଗତ ମାହାର୍ଦ୍ଦାପଳସା ଛକ ନିକଟରେ ଥିବା ଗଦାଧର ମହାନ୍ତିଙ୍କ ଘରେ ପିଟି ହୋଇ ପଶିଗଲା ଏକ ୧୨ ଚକିଆ ହାଏୱା ଟ୍ରକ୍।

ଗତକାଲି ବିଳମ୍ବିତ ରାତିରେ ଟ୍ରକଟି  ଟାଟା ରୁ କେନ୍ଦୁଝର ଜିଲ୍ଲା ଶୁଆକାଟିକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ତେବେ ଘଟଣା ସ୍ଥଳରେ ଜଶୀପୁର ପୋଲିସ ପହଞ୍ଚି ଗାଡିଟିକୁ ଥାନାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.