ଜଳିଗଲା ପାଉଁଶ ବୋଝେଇ ଟ୍ରକ, ଗାଡ଼ି ଚାଳକ ସୁରକ୍ଷିତ

ସୁନ୍ଦରଗଡ଼ : ଶୁକ୍ରବାର ସକାଳ 6:30 ପାଖାପାଖି ଘଟିଛି ଏହି ଘଟଣା । ଦର୍ଲିପାଲି ଏନ୍ ଟି ପି ସି ରୁ ପାଉଁଶ ବୋଝେଇ କରି ଆସୁଥିବାବେଳେ ଟ୍ରକ୍ ରେ ହଠାତ୍ ନିଆଁ ଲାଗି ଯାଇ ଥିଲା  । ତେବେ ଗାଡ଼ି ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିରୁ ଡେଇଁ ପଡ଼ି ତା ଜୀବନକୁ ସୁରକ୍ଷିତ ରଖିପାରିଛି ।  ଅପରପକ୍ଷେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗାଡ଼ି ସମ୍ପୂର୍ଣ୍ଣ ଜଳି ଯାଇଛି । ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା ବନ୍ଧପାଲି ସାର୍ଥକ ସ୍କୁଲ ସମ୍ମୁଖରେ ।