ଟ୍ରକ ପଛରେ ପିଟିହେଲା କଣ୍ଟେନର, ଡ୍ରାଇଭର ମୃତ

ଟାଙ୍ଗୀ: ଟ୍ରକ ପଛରେ ପିଟିହେଲା କଣ୍ଟେନର , ଚାଳକ ମୃତ । ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ନିକଟ କଉଡ଼ି ଖଣି ଛକରେ ଭୟାବହ ସଡକ ଦୁର୍ଘଟଣା ।  ଟ୍ରକକୁ ପଛ ପଟୁ ପିଟିଲା କଣ୍ଟେନର ।  ଦୁର୍ଘଟଣାରେ କଣ୍ଟେନର ଚାଳକଙ୍କର ମୃତ୍ୟୁ ହୋଇଛି ।

ଗତକାଲି ରାତିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜାତୀୟ ରାଜପଥ କଡ଼ରେ ଏକ ମାଲବାହୀ ଟ୍ରକ ଅଟକି ରହିଥିଲା । ପଛପଟୁ ଏକ ଦ୍ରୁତଗାମୀ ଟ୍ରଲର ଆସି ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଟ୍ରଲର ଡ୍ରାଇଭର କ୍ୟାବିନରେ ଚାପି ହୋଇ ରହିଥିଲା । ଖବର ପାଇ ଗଙ୍ଗାଧର ପୁର ଅଗ୍ନିଶମ ଅଧିକାରୀ ମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଘଟଣା ସ୍ଥଳରେ ନାଚୁଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

ଆହୁରି ପଢ଼ନ୍ତୁ :  ଡିଭାଇଡରରେ ପିଟିହୋଇ ଟ୍ରକକୁ ଧକ୍କା ଦେଲା କାର୍, ୨ ମୃତ