ସୋରଡା: ଭାରସାମ୍ୟ ହରାଇ ଘାଟିରେ ଖସିଲା ଛେଳି ବୋଝେଇ ଟ୍ରକ୍‌

ସୋରଡା: ଘାଟିରେ ଖସିଲା ଛେଳି ବୋଝେଇ ଟ୍ରକ୍‌ । ଭାରସାମ୍ୟ ହରାଇ ଗାଡିଟି ଘାଟିରେ ଖସି ପଡିଛି । ଗଞ୍ଜାମ ସୋରଡା ଥାନା ଦାରିଙ୍ଗିବାଡି ୬ନମ୍ବର ଘାଟିରେ ଦୁର୍ଘଟଣା । ଛତିଶଗଡ ରାଇପୁରରୁ ୪୨ଟି ଛେଳିଙ୍କୁ ନେଇ ଗାଡିଟି ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

ଦୁର୍ଘଟଣାରେ ଗାଡିରେ ଥିବା ୩ଜଣ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ୪ଟି ଛେଳିଙ୍କର ମୃତ୍ୟୁ ହୋଇଯାଇଛି ।

Leave A Reply

Your email address will not be published.