ଟ୍ରକରେ ଲାଗିଲା ନିଆଁ ,ଜୀବନ୍ତ ଜଳିଗଲେ ଡ୍ରାଇଭର

ତାଳଚେର: ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍ । ଜୀବନ୍ତ ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ତାଳଚେର ବଲ୍ଲହର ଛକ ନିକଟରେ ଜଳିଗଲା କୋଇଲା ଟ୍ରକ । ଟ୍ରଲରକୁ ପଛ ପାଖରୁ ଧକ୍କାଦେବା ପରେ ଟ୍ରକଟିରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର କେବିନ ଭିତରେ ଚାପି ହୋଇ ରହିଯାଇଥିଲେ । ପରେ ଟ୍ରକଟିରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଅଞ୍ଚଳବାସୀ ଓ ଅଗ୍ନିଶମ ବିଭାଗ ଦ୍ବାରା ନିଆଁକୁ ଆୟତକରି ଅର୍ଦ୍ଧଦଗ୍ଧ ଅବସ୍ଥାରେ ଡ୍ରାଇଭରକୁ ବାହାରକୁ ବାହାର କରାଯାଇଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।