ଚଳନ୍ତା ୧୦ ଚକିଆ ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲ୍ପର

କରଞ୍ଜିଆ(କେନ୍ୟୁଜ୍): ଚଳନ୍ତା ଟ୍ରକରେ ନିଆଁ । ଚଳନ୍ତା ୧୦ ଚକିଆ ଟ୍ରକରେ ଲାଗିଲା ନିଆଁ । କାଠ କରଞ୍ଜିଆ ନିକଟରେ ଘଟିଛି ଘଟଣା । ପଶ୍ଚିମବଙ୍ଗ ରୁ କେନ୍ଦୁଝର ଅଭିମୁଖେ ଆସୁଥିବା ସମୟରେ ହଠାତ ଗାଡ଼ିରେ ନିଆଁ ଲାଗିଥିଲା । ନିଆଁ ଲାଗିବା ଦେଖି ଗାଡ଼ିରୁ ଉଭୟ ଡ଼୍ରାଇଭର ଏବଂ ହେଲ୍ପର ଡେଇଁ ପଡ଼ିବାରୁ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଥିଲେ ।

କିନ୍ତୁ ଗାଡିଟି ଅଧିକାଂସ ପୋଡ଼ିଯିବା ସହ ସେଥିରେ ଥିବା ଜିନିଷରେ ମଧ୍ୟ ନିଆଁ ଲାଗିଯାଇଥିଲା । କରଞ୍ଜିଆ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ନିଆଁ ଲିଭାଇବାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.