କଟକ ନିଶ୍ଚିନ୍ତ କୋଇଲି କଲେଜ ଛକ ନିକଟରେ କୋଠା ଘରେ ପଶିଲା ହାଇୱା !

କଟକ(କେନ୍ୟୁଜ୍) : କୋଠା ଘରେ ପଶିଲା ହାଇୱା। ଫଳରେ ଘର କାନ୍ଥ ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ଆସବାବପତ୍ର ମଧ୍ୟ ନଷ୍ଟ ହୋଯାଇଛି। କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି କଲେଜ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ଘର ହେଉଛି ଡମ୍ବରୁଧର ସାହୁଙ୍କର। ତେବେ ଘର ଭିତରେ ଶୋଇଥିବା ସଦସ୍ୟମାନେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ହାଇୱା ଟ୍ରକ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ହାଇୱାଟି କେନ୍ଦ୍ରାପଡାରୁ ସାଲେପୁର ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା।