ଦୋକାନ ଭିତରକୁ ମାଡିଗଲା ଟ୍ରକ, ଡ୍ୟୁଟି ଥିବା ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ

ବଲାଙ୍ଗିର: ଦୋକାନ ଭିତରକୁ ମାଡିଗଲା ଟ୍ରକ, ସୁରକ୍ଷାକର୍ମୀଙ୍କ ମୃତ୍ୟୁ । ବଲାଙ୍ଗିର ଟାଉନ ଥାନା ପାଟଣା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ମୃତ ସିକ୍ୟୁରିଟି ଗାର୍ଡ ଜଣଙ୍କ ହେଲେ ସିଦ୍ଧାର୍ଥ ପ୍ରଧାନ।

ଗତକାଲି ବିଳମ୍ବିତ ରାତିରେ ସିଦ୍ଧାର୍ଥ ଅଳଙ୍କାର ଦୋକାନ ସମ୍ମୁଖରେ ଡ୍ୟୁଟି କରୁଥିଲେ । ଏହି ସମୟରେ ଏକ ଟ୍ରକ୍ ଆସି ସିଦ୍ଧାର୍ଥଙ୍କ ଉପରେ ମାଡ଼ି ଯାଇଥିଲା । ପରେ ଦୋକାନ ଉପରେ ଚଢ଼ିଯାଇଥିଲା । ସେଠାରେ ଥିବା ସ୍ଥାନୀୟ ଲୋକେ ସିଦ୍ଧାର୍ଥଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ମୃତ ସିଦ୍ଧାନ୍ତ ଥିଲେ ଘରର ଏକମାତ୍ର ରୋଜଗାରିଆ ପୁଅ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ନିଶାସକ୍ତ ଅବସ୍ଥାରେ ଟ୍ରକ ଡ୍ରାଇଭର ଦୁର୍ଘଟଣା ଘଟାଇଥିବା ଜଣାପଡିଛି ।