ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା: ୪ ଗୁରୁତର, ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ
ସୋର (କେନ୍ୟୁଜ): ବାଲେଶ୍ବର ଜିଲ୍ଲା ସୋର କୁପାରୀ ରାସ୍ତା ସରସଙ୍ଖ ନିକଟରେ ଟ୍ରକ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୪ ଜଣ ଗୁରୁତରଅଛନ୍ତି। ତୁଡିଗଡିଆ ରାଇପୁର ଅଞ୍ଚଳର ଯୁବକ ବମ୍ବେ ଯିବା ପାଇଁ ସୋର ରେଳ ଷ୍ଟେସନ୍ ଅଭିମୁଖେ ତୁଡିଗଡିଆରୁ ଏକ ଅଟୋ ଭଡା କରି ଆସୁଥିବା ସମୟରେ ସୋର ସରସଙ୍ଖ ନିକଟରେ ଏକ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା ଫଳରେ ଅଟୋଟି ଭାରସାମ୍ୟ ହରାଇ ନୟନଜୋରିକୁ ଓଲଟି ପଡିଥିଲା ।
ଅଟୋରେ ଥିବା ୪ ଜଣ ଯୁବକଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତର ଖାନାରେ ଭର୍ତ୍ତି କରିଛନ୍ତି । ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ୪ ଜଣ ହେଲେ ଦିପୁ ଦାସ,ଲିପୁ ଦାସ, ରାଜେନ୍ଦ୍ର ଦାସ,ଅକ୍ଷୟ ଦାସ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଥିଲେ।