ଠେଲା ଦୋକାନକୁ ଧକ୍କାଦେଇ ଫେରାର ମାରିଲା ମାଲବାହୀ ଟ୍ରକ, ଅଳ୍ପକେ ବର୍ତ୍ତିଲେ

ହରଭଂଗା : ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ପୁରୁଣାକଟକ ବଜାରରେ ଏକ ଠେଲା ଦୋକାନକୁ ଧକ୍କାଦେଇ ଫେରାର ମାରିଲା ମାଲବାହୀ ଟ୍ରକ । ଅଳ୍ପକେ ବର୍ତ୍ତିଲେ ଠେଲା ଦୋକାନୀଙ୍କ ସମେତ ପାଖରେ ଥିବା ଲୋକେ । ସୁଚନା ମତେ ପୁରୁଣାକଟକ ବଜାର ନିକଟସ୍ଥ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ଠେଲା ଗାଡିରେ ଦୋକାନୀ ଜଣକ ଜଳଖିଆ ବିକ୍ରି କରୁଥିବା ସମୟରେ ବୌଦ୍ଧ ପଟୁ ଏକ ମାଲବାହୀ ଟ୍ରକ ଆସି ଧକ୍କା ଦେଇଥିଲା । ଫଳରେ ଦୋକାନୀଙ୍କ ଠେଲା ଗାଡିଟି ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ଯାଇଥିବାବେଳେ ସମସ୍ତ ଜଳଖିଆ ରାସ୍ତା ଉପରେ ପଡିଥିଲା । ଟ୍ରକଟି ଧକ୍କାଦେବା ପରେ ଦୃତ ଗତିରେ ଚାଲିଯାଇଥିବା ଜଣାପଡିଛି ।