ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍, ୮ ଆହତ

କରଞ୍ଜିଆ : ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍ । ୮ ଆହତ, ୨ ଗୁରୁତର। କେନ୍ଦୁଝର ତୁରୁମୁଙ୍ଗା ଥାନା ଚିଲଦା ନିକଟରେ ଛିଡ଼ା ହୋଇଥିବା ଟ୍ରକକୁ ଭାରସାମ୍ୟ ହରାଇ ପଛପଟୁ ପିଟିଲା ତୀର୍ଥଯାତ୍ରୀ ବସ୍। ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ମହିଳା ଓ ୬ଜଣ ପୁରୁଷ ଅଛନ୍ତି।
ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗତ ୨୫ ତାରିଖରୁ ପଶ୍ଚିମବଙ୍ଗର ସାଂଭି ନାମକ ବସ୍ ୬୦ରୁ ଉର୍ଦ୍ଧ୍ବ ତୀର୍ଥଯାତ୍ରୀଙ୍କୁ ଧରି ଦକ୍ଷିଣ ଭାରତ ଅଭିମୁଖେ ଯାତ୍ରା କରିଥିଲା। ୫ଟି ରାଜ୍ୟ ବୁଲିବା ପରେ ଆଜି ପଶ୍ଚିମବଙ୍ଗ ଫେରୁଥିବା ବେଳେ ତୁରମୁଙ୍ଗାଠାରେ ଘଟିଛି ଦୁର୍ଘଟଣା।