ଟ୍ରକକୁ ଧକ୍କା ଦେଲା ଟ୍ରକ୍: ୩ଘଣ୍ଟା ପରେ ଉଦ୍ଧାର ହେଲେ ଡ୍ରାଇଭର

ରେଢ଼ାଖୋଲ : ଟ୍ରକକୁ ପଛପଟୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ। ଟ୍ରକ ଭିତରେ ଚାପି ହୋଇ ରହିଥିଲେ ଟ୍ରକ ଡ୍ରାଇଭର । ଅନୁଗୁଳ ୫୫ନଂ ଜାତୀୟ ରାଜପଥ ରେଢ଼ାଖୋଲ ବେଲଡିହି ଛକ ନିକଟରେ ଦୁର୍ଘଟଣା ଘଟିଛି । ୩ ଘଣ୍ଟାରୁ ଅଧିକ ସମୟ ହେବ ଉଦ୍ୟମ କରି ତାଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ ଏକ ଟ୍ରକ୍‌ ଖରାପ ହୋଇ ଚାରବାଟି ଛକ ୫୫ ନମ୍ବର ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା। ରାତି ପ୍ରାୟ ୪ଟା ସମୟରେ ଅନ୍ୟ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଠିଆ ହୋଇଥିବା ଟ୍ରକ୍ ସହ ପିଟି ହୋଇଥିଲା । ଫଳରେ ପଛପଟ ଟ୍ରକର ସମ୍ମୁଖ ଅଂଶ ଚାପି ହୋଇଯାଇଥିବା ବେଳେ ତାହାର ଡ୍ରାଇଭର ଚାପି ହୋଇ ରହିଯାଇଥିଲେ ଡ୍ରାଇଭର । ତେବେ ପୋଲିସ ଦମକଳ ବାହିନୀକୁ ଖବର ଦେବାପରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗାଡ଼ି ଦୁଇଟି ସମ୍ପୂର୍ଣ୍ଣ ଚାପି ହୋଇ ଯାଇଥିବାରୁ ଜେସିବି, ଗ୍ୟାସ୍ କଟର ସାହାଯ୍ୟ ନିଆଯାଉଛି । ଡ୍ରାଇଭରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବାକୁ ପ୍ରାଥମିକତା ଦିଆଯାଉଛି। ଏଥିନିମନ୍ତେ ଅଗ୍ନିଶମ ବାହିନୀ ଓ ପୁଲିସ ଉଦ୍ୟମ ଜାରି ରଖିଛନ୍ତି ।