ଜଳେଶ୍ବର: ଟ୍ରକକୁ ପଛ ପଟୁ ଧକ୍କା ଦେଲା ଟ୍ରକ। ସିମେଣ୍ଟ ବୋଝେଇ ଟ୍ରକ ପଛପଟେ ପିଟି ହୋଇଗଲା ଡଷ୍ଟ ବୋଝେଇ ଟ୍ରକ । ଦୁର୍ଘଟଣାରେ ଦୁଇଟି ଟ୍ରକର ଡ୍ରାଇଭର ଗୁରୁତର ହୋଇଛନ୍ତି । ବାଲେଶ୍ବର ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ତାରିଣୀ ଛକରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ବାଲେଶ୍ବରରୁ ଜଳେଶ୍ବର ଅଭିମୁଖେ ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକର ଚକା ଫାଟି ଯିବାରୁ ତାରିଣୀ ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିଲା ।
ଏହି ସମୟରେ ପଛପଟୁ ଆସୁଥିବା ଏକ ଡଷ୍ଟ ବୋଝେଇ ଟ୍ରକଟି ଭାରସାମ୍ଯ ହରାଇ ପଛ ପଟୁ ଜୋରରେ ଧକ୍କା ଦେଇଥିଲା । ଫଳରେ ଟ୍ରକଟି ସଂପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା । ଟ୍ରକ ଭିତରେ ଫସିରହିଥିଲେ ଡ୍ରାଇଭର । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପୋଲିସ ଟ୍ରକ ଦୁଇଟି ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।
Also read: ସିରିଗୁଡ଼ାରେ ଭୟାବହ ଅଗ୍ନିକାଣ୍ଡ, ପୋଡ଼ିପାଉଁଶ ହୋଇଗଲା ୩ ପରିବାରର ଘର