ରାସ୍ତା ତଳକୁ ଓଲଟିଲା ଅଟା ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ୨ ଜଣ

ଜଳେଶ୍ବର : ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଅଟା ବୋଝେଇ ଟ୍ରକ । ଦୁର୍ଘଟଣାରେ ଟ୍ରକର ଡ୍ରାଇଭର ଏବଂ ହେଲପର ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ୫୭ ନମ୍ବର ରାଜ୍ୟ ରାଜପଥ ଏସବିଆଇ ଏଟିଏମ୍ ନିକଟରେ ଘଟିଛି ଏହି ଦୁର୍ଘଟଣା । ଅଟା ବୋଝେଇ ଟ୍ରକଟି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଘନ କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା ଜଣା ପଡିଛି । ଖବର ପାଇ ଘଟଣା ସ୍ଥଳରେ କମର୍ଦ୍ଦା ପୋଲିସର ତଦନ୍ତ ଜାରି ରଖିଛି ।
ସେହିପରି ଗତ ୨ ଦିନ ତଳେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୫୭ ନମ୍ବର ରାଜ୍ୟ ରାଜପଥ ବାଣିଦା ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଟାଟା ଏସି ଗାଡ଼ିଟି ମୟୂରଭଞ୍ଜ ନୂଆଡିହିରୁ ଭୋଗରାଇ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣାରେ ୭ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଜଳେଶ୍ବର ହସପିଟାଲରେ ଭର୍ତ୍ତି କରାଯାଇଥିଲା ।
ଆହୁରି ପଢନ୍ତୁ : ରାଜଧାନୀରେ ପୁଣି ସିରିଜ୍ ଦୁର୍ଘଟଣା, ୨ଟି ମୋ ବସ ଧକ୍କା