ଜଳିଗଲା ପିଆଜ ବୋଝେଇ ଟ୍ରକ, ଡ୍ରାଇଭରର କୌଣସି ପତ୍ତା ନାହିଁ
ହୁତୁ ହୁତୁ ହୋଇ ଜଳିଗଲା ପିଆଜ ବୋଝେଇ ଟ୍ରକ। ମୟୂରଭଞ୍ଜ ଦ୍ୱାରଶୁଣି ଘାଟି ୪୯ ନମ୍ବର ଜାତୀୟ ରାଜପଥ ରାଜବଶା ଛକ ନିକଟରେ ଟ୍ରକରେ ନିଆଁ ଲାଗିଯାଇଥିଲା।

ବାଙ୍ଗିରିପୋଷି : ହୁତୁ ହୁତୁ ହୋଇ ଜଳିଗଲା ପିଆଜ ବୋଝେଇ ଟ୍ରକ। ମୟୂରଭଞ୍ଜ ଦ୍ୱାରଶୁଣି ଘାଟି ୪୯ ନମ୍ବର ଜାତୀୟ ରାଜପଥ ରାଜବଶା ଛକ ନିକଟରେ ଟ୍ରକରେ ନିଆଁ ଲାଗିଯାଇଥିଲା। ଟ୍ରକଟି ନାସିକରୁ ପିଆଜ ବୋଝେଇ କରି କୋଲକାତା ଯାଉଥିବାବେଳେ ଦ୍ବାରଶୁଣି ଘାଟିରେ ହଠାତ ନିଆଁ ଲାଗିଯାଇଥିଲା। ଫଳରେ ଡ୍ରାଇଭର ଭାରସାମ୍ୟ ହରାଇ ଜଙ୍ଗଲ ଭିତରେ ଗାଡ଼ିକୁ ପଶେଇ ଦେଇଥିଲେ। ଖବର ପାଇ ୪ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସର୍ଟ ସର୍କିଟରୁ ଗାଡ଼ିରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ଦୁର୍ଘଟଣା ପରେ ଡ୍ରାଇଭରର କୌଣସି ପତ୍ତା ମିଳୁନାହିଁ।