ଘାଟିରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ପଥରରେ ପିଟି ହେଲା ଟ୍ରକ, ଡ୍ରାଇଭର ମୃତ

ବାଲିଗୁଡା : ଘାଟିରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ପଥରରେ ପିଟି ହେଲା ଟ୍ରକ l ତୁମୁଡିବନ୍ଧ ଥାନା ବୁଦୁଲିପଦର ଘାଟିରେ ଘଟିଛି ଏହି ଦୁର୍ଘଟଣା l ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି l ଭୁବନେଶ୍ୱରରୁ ଟ୍ରକଟି ବିହାର ଅଭିମୁଖେ ଯାଉଥିବା ସମୟରେ ଏନ.ଏଚ 59 ରାସ୍ତାର ବୁଦୁଲିପଦର ଠାରେ ଦୁର୍ଘଟଣା ଘଟିଥିଲା l ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଗାଡ଼ିରେ ଚାପିହୋଇ ରହିଥିବା ବେଳେ ତୁମୁଡିବନ୍ଧ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଛି l ଟ୍ରକ ଡ୍ରାଇଭରଙ୍କ ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ l ତୁମୁଡିବନ୍ଧ ପୋଲିସ ଘଟଣାର ତଦନ୍ତ ଚଳାଇଛି l