ଟ୍ରକ୍ – ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା, ଦୁଇ ଡ୍ରାଇଭର ଗୁରୁତର ଆହତ

କଟକ : ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ – ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା ହୋଇଛି । କଟକ ପାରାଦ୍ଵୀପ ଜାତୀୟ ରାଜପଥ ଉପରେ ଗତି ରାଉତପଟଣା ଅଞ୍ଚଳରେ ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ କଟକ ଅଭିମୁଖେ ଏକ ଧାନମଣ୍ଡି ଟ୍ରକ୍ ଆସୁଥିବା ବେଳେ କନ୍ଦରପୁର ଆଡ଼କୁ ଯାଉଥିଲା ଏକ ଖାଲି ତେଲ ଟ୍ୟାଙ୍କର୍ ।   ଉଭୟ ସାମ୍ନା ସାମ୍ନି ପିଟି ହୋଇଥିଲେ । ଏହି ସମୟରେ ତେଲ ଟ୍ୟାଙ୍କର ପଛରେ ଆସୁଥିବା ଏକ ହାଇୱା ମଧ୍ୟ ପଛରେ ପିଟି ହୋଇଥିଲା ।  ଫଳରେ ଦୁଇ ଜଣ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ।  ତେଲ ଟ୍ୟାଙ୍କର ଡ୍ରାଇଭର ଫସି ଯାଇଥିଲେ ।  ଖବର ପାଇ ଘଟଣା ସ୍ଥଳରେ ସି ଆର୍ ଆର୍ ଆଇ ଥାନା ପୋଲିସ ପହଞ୍ଚି ଥିଲା ।  ଏହାପରେ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲା ।  ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ହାଇଡ୍ରୋଲିକ୍ କଟର ଜରିଆରେ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ ।  ଆହତଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି।

 

ଆହୁରି ପଢ଼ନ୍ତୁ : ଜେସିବି ଲଗାଇ ତାଡ଼ି ନେଲେ ଏଟିଏମ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଜାରି