ଆଜିଠାରୁ ହ୍ୱିଲ ଚେୟାର ନୁହେଁ ଶୁଭ୍ରାଂଶୁଙ୍କ ହାତ ଧରି ସାରା ଜୀବନ ବାଟ ଚାଲିବେ ଦେବସ୍ମିତା

ତୁ ଯେମିତି ହେଇ ଥା, ଗୋରା ହେଇଥା କଳା ହେଇଥା ଆମ ଜାତିର ବି ନହେଇଥା, ତୁ ଯେମିତି ହେଇଥା କିନ୍ତୁ ତୁ ମୋର। ପ୍ରେମିକାକୁ ଦେଇଥିବା ଏହି ଗୋଟିଏ କଥା ଆଜି ସତ କରିଛନ୍ତି ପ୍ରେମିକ। ସମସ୍ତେ କୁହନ୍ତି ବିବାହ ସାତ ଜନ୍ମର ବନ୍ଧନ। ବିବାହ ମନ ଆଉ ମନର ମିଳନ । ବିବାହ ଦୁଇ ଦୁଇଟି ଜୀବନର ଅପୂର୍ବ ସଙ୍ଗମ । ବିବାହର ସେହି ମୁହୂର୍ତ୍ତକୁ ସମସ୍ତେ ଅପେକ୍ଷାର ସହ ଚାହିଁ ରହିଥାନ୍ତି । ଠିକ ଏମିତି ହିଁ ଅପେକ୍ଷା କରି ରହିଥିଲେ ଶୁଭ୍ରାଂଶୁ ଓ ଦେବସ୍ମିତା। କିନ୍ତୁ ଏହି ପ୍ରେମପକ୍ଷୀଙ୍କ ମଝିରେ ଆସିଗଲା ଝଡ। ଝଡ ସିନା ଆସିଲା କିନ୍ତୁ ଭାଙ୍ଗି ଭାରିଲାନି ଏହି ପ୍ରେମପକ୍ଷୀଙ୍କ ନିବିଡ ଡୋର।

ଆପଣ ଜାଣିଛନ୍ତି ପ୍ରେମ ଶାଶ୍ୱତ ଓ ଚିରନ୍ତନ ଏହି କଥା ଟିର ଯଥାର୍ଥତା ଆଜି ପ୍ରମାଣିତ ହୋଇଛି । ଆଉ ଏହାକୁ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳର ଶୁଭ୍ରାଂଶୁ ଓ ଦେବସ୍ମିତା । ଦୀର୍ଘ ୮ ବର୍ଷର ଅତୁଟ ଭଲପାଇବା ଆଜି ପୂର୍ଣାଙ୍ଗ ରୂପ ନେଇଛି । ଉଭୟେ ଉଭୟଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ । ଉଭୟଙ୍କ ନିରନ୍ତର ଓ ଶାଶ୍ୱତ ପ୍ରେମ ଉଭୟଙ୍କୁ ଏକ ମଜବୁତ ରେଶମ ଡୋର ରେ ବାନ୍ଧି ପକାଇଛି । ଦୁଇଟି ଆତ୍ମା ସାତ ଜନ୍ମ ପାଇଁ ଏକାଠି ହୋଇଛନ୍ତି ।

ବେଦ ମନ୍ତ୍ରର ଉଚ୍ଚାରଣରେ ଦେବସ୍ମିତାଙ୍କ ମଥାରେ ସିନ୍ଦୁର ଦେଇଛନ୍ତି ଶୁଭ୍ରାଂଶୁ । କନିଆ ବେକରେ ବରଣମାଳାର ଅଦଳବଦଳ ବି ହେଉଛି, ଆଉ ଶେଷରେ ସାତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ଶୁଭ୍ରାଂଶୁ ୭ ଫେରା ମଧ୍ୟ ନେଇଛନ୍ତି । ଏ ଦୁଇ ଜଣଙ୍କ ଭଲ ପାଇବା ଆଜି ପ୍ରମାଣିତ କରିଛି ପ୍ରେମର ମାନେ କଣ? ଆଜିଠାରୁ ଶୁଭ୍ରାଂଶୁ ଦେବସ୍ମିତାଙ୍କୁ କହିବେ ମୋ ହାତ ଧରି ବାଟ ଚାଲୁଥା ।

love୨ ଜଣଙ୍କ ପ୍ରେମ କାହାଣୀ ଏବେ କାହିଁକି ନିଆରା ? ହଁ ନିଆରା ତ ନିଶ୍ଚୟ ଯିଏ ବି ଶୁଣିବ ଆଶ୍ଚର୍ଯ୍ଯ ଚକିତ ହୋଇଯିବ । ୨୦୧୫ରେ ପରସ୍ପରକୁ ଭଲ ପାଇବସିଥିଲେ । ଏ ଭଲ ପାଇବାକୁ ସେମାନେ ବିବାହର ନାଁ ଦେବା ପାଇଁ ବି ପ୍ରସ୍ତୁତ ହୋଇସାରିଥିଲେ । ଦୀର୍ଘ ଆଠ ବର୍ଷ ହେବ ଦୁହେଁ ଦୁହିଁଙ୍କୁ ଭଲପାଇ ଆସୁଥିଲେ ଆଉ ଏମାନଙ୍କ ଭଲ ପାଇବା ଏତେ ନିବିଡ଼ ଥିଲା ଯେ କିଏ କାହାକୁ କାହା କୁ କ୍ଷଣିକ ନ ଦେଖି ରହି ପାରୁ ନଥିଲେ । କିନ୍ତୁ ଉଭୟଙ୍କ ପ୍ରେମରେ କାହାର ନଜର ଲାଗିଯାଇଥିଲା ।

ଦେବସ୍ମିତାଙ୍କ ସହ ଏମିତି କିଛି ଘଟିଲା ଯାହା ତାଙ୍କ ଜୀବନକୁ ପୂରା ବଦଳାଇ ଦେଲା । ଯେଉଁ ପାଦ ଦିନେ ଓଡିଶୀ ନୃତ୍ୟ କରି ସମସ୍ତଙ୍କୁ ବିମୋହିତ କରୁଥିଲା ହଠାତ୍ ସେହି ପାଦ ଅଟକି ଗଲା । ଅମାବାସ୍ଯାର ଅନ୍ଧକାର ଭଳି ୨୦୧୯ ରେ ଦେବସ୍ମିତାଙ୍କ ଜୀବନରେ ଏକ ଦୁଃଖଦ ଘଟଣା ଘଟିଥିଲା । ପାରାଲେସିସ ଯୋଗୁଁ ଶଯ୍ଯାଶାୟୀ ହୋଇଯାଇଥିଲେ ଦେବସ୍ମିତା । ସେବେଠାରୁ ବିନା ସାହାରାରେ ନା ଚାଲି ପାରିଲେ ନା ବୁଲି ପାରିଲେ । ସାହା କେବଳ ହୁଇଲ ଚେୟାର । କିନ୍ତୁ ଏତେପରେ ବି ଦେବସ୍ମିତାଙ୍କ ନିକଟରୁ ଦୂରେଇ ଯାଇ ନଥିଲେ ଶୁଭ୍ରାଂଶୁ । ସେହି ଦିନ ଠାରୁ ଶୁଭ୍ରାଂଶୁ ଦେବସ୍ମିତା ଙ୍ ସବୁ ଆଶା, ଭରଷା ଆଉ ବିଶ୍ୱାସ ବି ପାଲଟି ଗଲେ । ପାଖେ ପାଖେ ରହିଲେ ଏକ ଶକ୍ତ ଚଟାଣ ଭଳି । ଦେବସ୍ମିତାଙ୍କର ଏଭଳି ପରିସ୍ଥିତିରେ ହାତ ଛାଡି କୁଆଡେ ଗଲେ ନାହିଁ ଶୁଭ୍ରାଂଶୁ ।

ଏବେ ନିକଟରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି ଯାହାକି ସ୍‌ୱାର୍ଥପର ଦୁନିଆଁରେ ସମସ୍ତଙ୍କ ପାଇଁ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଜିଠାରୁ ହ୍ୱିଲ ଚେୟାର ନୁହେଁ ଶୁଭ୍ରାଂଶୁଙ୍କ ହାତ ଧରି ସାରା ଜୀବନ ଚାଲିବେ ଦେବସ୍ମିତା । ଦେବସ୍ମିତାଙ୍କ ଏଭଳି ସମୟରେ ଶୁଭ୍ରାଂଶୁ ତାଙ୍କ ଜୀବନରେ ସତରେ ଖୁସି ଭରିଦେଇଛନ୍ତି । ସାତଜନ୍ମ ପାଇଁ ସେମାନେ ସାଥୀ ହୋଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟିକରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.