ଥାନାରେ ତୃପ୍ତିଙ୍କ ଏତଲା: ପ୍ରକୃତି ମିଶ୍ର ବିଭିନ୍ନ ଆଳ ଦେଖାଇ ବ୍ଲାକମେଲ୍‌ କରୁଥିଲେ

ଭୁବନେଶ୍ବର(କେନ୍ୟୁଜ୍):  ଖାରବେଳନଗର ଥାନାରେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଦେଇଥିବା ଏତଲାରେ ବୈବାହିକ ଜୀବନରେ ଅଶାନ୍ତି ପାଇଁ ପ୍ରକୃତି ମିଶ୍ରଙ୍କ ଦାୟୀ କରିଛନ୍ତି । ସେ ଲେଖିଛନ୍ତି, ଯେବେଠାରୁ ପ୍ରକୃତି ମିଶ୍ର ସେମାନଙ୍କ ବୈବାହିକ ଜୀବନରେ ପଶିଲେ ସେବେଠାରୁ ଅଶାନ୍ତି ଆରମ୍ଭ ହୋଇଛି । ଲକଡାଉନ୍‌ ଯୋଗୁ ପ୍ରକୃତିଙ୍କ କ୍ୟାରିୟର ନିମ୍ନଗାମୀ ହେଉଥିବା ବେଳେ ବାବୁସାନଙ୍କ ସହ ସମ୍ପର୍କ ବଢ଼ାଇଥିଲେ । ବାବୁସାନଙ୍କ ଜରିଆରେ ନିଜ କ୍ୟାରିୟରକୁ ସଜାଡିବା ସହ ତାଙ୍କୁ ମଦ ଗଞ୍ଜେଇ ଭଳ ନିଶା ଦେଇ ଆର୍ଥିକ ସହାୟତା ନେଉଥିଲେ । ବାବୁସାନ ନିଶାରେ ଚୁର ହୋଇ ଘରକୁ ଫେରୁ ନଥିଲେ । ଏହି ଘଟଣା ପରେ ସେ ଓ ତାଙ୍କ ପରିବାର ଲୋକ ବାବୁସାନ ଓ ପ୍ରକୃତିଙ୍କୁ ବୁଝାସୁଧା କରିଥିଲେ ବି ଲାଭ ହୋଇ ନଥିଲା ।

babushan 2

ସ୍ୱାମୀଙ୍କୁ ଭଲ ବାଟକୁ ଫେରାଇ ଆଣିବା ପାଇଁ ବହୁ ଚେଷ୍ଟା କରିଥିବା ବେଳେ ପ୍ରକୃତି ମିଶ୍ର ବିଭିନ୍ନ ଆଳ ଦେଖାଇ ବ୍ଲାକମେଲ୍‌ କରୁଥିଲେ । ତାଙ୍କ ପରିବାରର ସମ୍ମାନହାନୀ ସହ ଆତ୍ମହତ୍ୟା କରିବା ସହ ତାଙ୍କ ପରିବାରର ସମ୍ମାନ ହାନୀ କରିବା ଭଳି ଧମକ ଦେଉଥିଲେ । ଆଜି ସକାଳେ ତାଙ୍କ ସ୍ୱାମୀ ବାବୁସାନ ଓ ପ୍ରକୃତି ମିଶ୍ର ସତ୍ୟନଗରରେ ଏକ ଭଡ଼ା ଘରେ ରହୁଥିବା ଜାଣିବାକୁ ପାଇଥିଲେ । ସେଠାରେ ପହଞ୍ଚିଲା ବେଳକୁ ତାଙ୍କ ସ୍ୱାମୀ ଓ ପ୍ରକୃତି ମିଶ୍ର ଚେନ୍ନାଇ ଯିବାକୁ ବାହାରୁଥିଲେ । ସ୍ୱାମୀଙ୍କୁ ଗାଳି କରିବା ସହ ଚାପୁଡ଼ା ମାରିବା ବେଳେ ପ୍ରକୃତି ବିରୋଧ କରି ଧମକ ଦେଇଥିଲେ । ଯେଉଁଥିପାଇଁ ରାଗ ସମ୍ଭାଳି ନପାରିବାରୁ ଏମିତି ଘଟଣା ଘଟିଲା । ଏବେ ତାଙ୍କର ଓ ପୁଅର ଜୀବନ ପ୍ରତି ବିପଦ ଥିବା ନେଇ ଏତଲାରେ ଦର୍ଶାଇଛନ୍ତି ତୃପ୍ତି ଶତପଥୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.