ମୃତ୍ୟୁର ୪୫ ଦିନ ପରେ ଉଦ୍ଧାର ହେଲା ମୃତଦେହ, ଅଭିଯୁକ୍ତ ସ୍ୱାମୀକୁ ଗିରଫ

କୁଚିଣ୍ଡା(କେନ୍ୟୁଜ) : ମୃତ୍ୟୁର ୪୫ ଦିନ ପରେ ଉଦ୍ଧାର ହେଲା ମୃତଦେହ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଜମନକିରା ଥାନା ସୁଦବଲଣ୍ଡା ରାଉତପଡ଼ାଠାରେ ଅଭାବନୀୟ ଘଟଣା ଘଟିଛି ।  ହତ୍ୟାକାଣ୍ଡର ସତ ଲୁଚାଇବାକୁ ଯାଇ ସ୍ତ୍ରୀର ମୃତଦେହକୁ ପୋତି ଦେଇଥିଲା ସ୍ୱାମୀ। ଘଟଣାର ୪୫ ଦିନ ପରେ ଉଦ୍ଧାର ହୋଇଛି ମୃତଦେହ। ମୃତ ମହିଳା ହେଲେ ସାବିତ୍ରୀ ବାଡ଼ିଂଗ । ଅଭିଯୁକ୍ତ ସ୍ୱାମୀକୁ ଗିରଫ କଲା ପୋଲିସ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରିବାକୁ ମାଟି ଖୋଳାଯାଇଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୬ ତାରିଖ ଦିନ କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡରୁ ହୋଇଥିଲା ଅଭାବନୀୟ ଘଟଣା । ଗାଁରେ କରମା ପୂଜା ହେଉଥିବା ବେଳେ ମଦ୍ୟପାନ କରି ଘରକୁ ସ୍ୱାମୀ ଆସିଥିଲା। ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଶେଷରେ ସ୍ତ୍ରୀକୁ ମାରି ପୋତି ଦେଇଥିଲା ସ୍ୱାମୀ।

ନିଜ ଦୋଷ ଓ ଅପରାଧକୁ ଲୁଚାଇବାକୁ ଯାଇ ନିଜ ବାସଗୃହ ପାର୍ଶ୍ୱ ପରିସରରେ ଗାତ ଖୋଳି ମୃତଦେହକୁ ପୋତି ଦେଇଥିଲା। ସ୍ତ୍ରୀ ବାପଘରକୁ ଯାଇଥିବା ଖବର ପ୍ରଚାର କରିଥିଲା। ସାବିତ୍ରୀଙ୍କ ବାପ ଘର ଲୋକ ଏହି କଥା ଜାଣିବା ପରେ ଥାନାରେ ଖବର ଦେଇଥିଲେ। ଶେଷରେ ସତ କଥା ସାମ୍ନାକୁ ଆସିଥିଲା। ପୋଲିସ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.