ରାଜ୍ୟ

‘ଓଡ଼ିଶା ଏକ୍ସପ୍ରେସ୍‌’ର ବାର୍ଷିକ ଉତ୍ସବ, ପାଇବା-ହରାଇବାର ଭୟ ନଥିବା ବ୍ୟକ୍ତି ହିଁ ସତ୍ୟ କହିପାରେ : ରାଜ୍ୟପାଳ

କେନ୍ୟୁଜ୍‌ (ବ୍ୟୁରୋ) : ଈଶ୍ୱର ହେଉଛନ୍ତି ଚିରନ୍ତନ ସତ୍ୟ । ପ୍ରେମ, ଆନନ୍ଦ, ସମ୍ବେଦନଶୀଳତା ଆଦି ଭଳି ସତ୍ୟର ସଂଜ୍ଞା ନିରୂପଣ କରିବା ଓ ଏହାକୁ ପ୍ରମାଣିତ କରିବା କଷ୍ଟକର । ତେବେ ଯାହାର କିଛି ପାଇବାର ଇଚ୍ଛା ନଥାଏ କି ହରାଇବାର ଭୟ ନଥାଏ ସେ ହିଁ ସତ୍ୟକୁ ଅନୁଭବ କରିପାରେ ଏବଂ ସତ୍ୟ କହିପାରେ ଓ ସତ୍ୟ ଲେଖିପାରେ ।

ଜୟଦେବ ଭବନ ଠାରେ ରାଜ୍ୟପାଳ ପ୍ରଫେସର ଗଶେୀ ଲାଲ ଆଜି ‘ଓଡ଼ିଶା ଏକ୍ସପ୍ରେସ୍‌’ର ୩୦ତମ ବାର୍ଷିକ ଉତ୍ସବକୁ ମୁଖ୍ୟଅତିଥି ଭାବେ ଉଦ୍‌ଘାଟନ କରିବା ସହିତ ଏହାର କାର୍ଯ୍ୟନିର୍ବାହୀ ସଂପାଦକ ଅମ୍ବିକା ପ୍ରସାଦ ଦାସଙ୍କ ‘ସତ କହିବାକୁ କିଆଁ ଡରିବି’ର ତୃତୀୟ ସଂସ୍କରଣ ପୁସ୍ତକ ‘ଟିକ୍‌ ଟିକ୍‌ ଠିକ୍‌ ଠିକ୍‌’କୁ ଲୋକାର୍ପିତ କରି ଉଦ୍‌ବୋଧନ ଦେବା ଅବସରରେ ଏହା କହିଛନ୍ତି ।

ରାଜ୍ୟପାଳ ଆହୁରି କହିଥିଲେ ଯେ, ବିଶ୍ୱରେ ସମସ୍ତେ ଶାନ୍ତି ଓ ସମୃଦ୍ଧି ଚାହିଁଥାନ୍ତି । ତେବେ ଶାନ୍ତିର ଆଧାର ହେଉଛି ସହିଷ୍ଣୁତା ଓ ଅହିଂସା । ମୁଁ କିଛି ନୁହେଁ, ମୋର କିଛି ନାହିଁର ଭାବନା ସହିତ ଅନ୍ୟର ଖୁସିକୁ ନିଜର ଖୁସି ବୋଲି ଗ୍ରହଣ କରିବାରେ ଏହା ସମ୍ଭବ ହୋଇଥାଏ । ଉତ୍ସବରେ ‘ଓଡ଼ିଶା ଏକ୍ସପ୍ରେସ୍‌’ର ସମ୍ପାଦକ ଉମାପଦ ବୋଷ ସ୍ୱାଗତ ଭାଷଣ ଦେଇଥିଲେ ।

‘ଓଡ଼ିଶା ଏକ୍ସପ୍ରେସ୍‌’ର କାର୍ଯ୍ୟନିର୍ବାହୀ ସଂପାଦକ ଅମ୍ବିକା ପ୍ରସାଦ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମ୍ବାଦିକ ପଣ୍ଡିତ ପ୍ରବୋଧ ମିଶ୍ର ଓ ଦୂରଦର୍ଶନର ପ୍ରାକ୍ତନ ନିର୍ଦ୍ଦେଶକ ନୀଳାଦ୍ରି ମୋହନ ଶତପଥୀ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ‘ଓଡ଼ିଶା ଏକ୍ସପ୍ରେସ୍‌’ ପକ୍ଷରୁ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ସେବା ପାଇଁ ଡ଼ା. ଚନ୍ଦ୍ରିକା ପ୍ରସାଦ ଦାସ ଓ ଡ଼ା. କୃତ୍ତିବାସ ପରିଡ଼ାଙ୍କୁ, କଳା-ସାହିତ୍ୟ-ସଂସ୍କୃତି ଓ ସାମ୍ବାଦିକତା କ୍ଷେତ୍ରରେ ଆଜୀବନ ସାଧନା ପାଇଁ ‘ଓଡ଼ିଶା ଏକ୍ସପ୍ରେସ୍‌’ର ସଂପାଦକ ଉମାପଦ ବୋଷଙ୍କୁ, ପ୍ରଶାସକ ହିମାଂଶୁ ନାରାୟଣ ପଟ୍ଟନାୟକଙ୍କୁ, ଶୈଳ ଦେଈଙ୍କୁ, ବବିତା ମହାନ୍ତିଙ୍କୁ, କଳିଙ୍ଗ କେଶରୀ ରଥଙ୍କୁ, କବୟିତ୍ରୀ ବିଜୟାଲକ୍ଷ୍ମୀ ପରିଡ଼ାଙ୍କୁ ଓ ଶିଶିର ମହାପାତ୍ରଙ୍କୁ ରାଜ୍ୟପାଳ ପ୍ରଫେସର ଶ୍ରୀ ଲାଲ୍‌ ସମ୍ବର୍ଦ୍ଧିତ କରିଥିଲେ ।

‘ଓଡ଼ିଶା ଏକ୍ସପ୍ରେସ୍‌’ ପକ୍ଷରୁ ପରିଚାଳନା ନିର୍ଦ୍ଦେଶିକା ଶୁଚିସ୍ମିତା ଦାସ ରାଜ୍ୟପାଳଙ୍କୁ ସ୍ମାରକୀ, ପୁଷ୍ପଗୁଚ୍ଛ ଓ ଅଙ୍ଗାଭରଣ ପ୍ରଦାନ ସହ ସମ୍ମାନ ପ୍ରଦର୍ଶନ କରିଥିଲେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବନଶ୍ରୀ ମହାନ୍ତି । ଉତ୍ସବରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଗବେଷକ ହରିହର କାନୁନ୍‌ଗୋ, ଡ଼ା. ମଧୁସୂଦନ ମିଶ୍ର, ସମ୍ପାଦକ ଚୌଧୁରୀ ଅମିତାଭ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ ।

Niharanjan

Recent Posts

କୁଏତ ନିଆଁରେ ମୃତ୍ୟୁବରଣ କରିଥିବା ୪୫ ମୃତଦେହ ଭାରତରେ ପହଞ୍ଚିଲା, ପରିଚୟ ପାଇଁ ହେବ ଡିଏନଏ ଟେଷ୍ଟ

କୁଏତରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ୪୯ ମୃତକଙ୍କ ମଧ୍ୟରୁ ୪୫ ଭାରତୀୟ ବୋଲି ଜଣାପଡିଛି । ତେବେ ଏହି…

17 mins ago

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜୁନ ୨୦ରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର (କେନ୍ୟୁଜ): କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟପାଳ…

18 mins ago

ଆଗକୁ ବଢୁନି ମୌସୁମୀ, ଗରମ ଗୁଳିଗୁଳିରେ କଟିବ ରଜ

ଭୁବନେଶ୍ୱର (କେନ୍ୟୁଜ); ଆଗକୁ ବଢୁନି ମୌସୁମୀ । ଗରମ ଗୁଳିଗୁଳିରେ କଟିବ ରଜ, କାଁ ଭାଁ କାଳବୈଶାଖୀ ।  ତଥାପି…

38 mins ago

ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା, ୩ ଅଟକ

କାମାକ୍ଷାନଗର (କେନ୍ୟୁଜ): ଯୁବକଙ୍କୁ ପିଟି ପିଟି ହତ୍ୟା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ପୁରୁଣାଡିହ ସାହିରେ…

45 mins ago

ଘରେ ଭିତରେ ପଶି ମା’ ଝିଅଙ୍କୁ ଛୁରୀରେ ଆକ୍ରମଣ କଲେ ପଡୋଶୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସମ୍ବଲପୁର (କେନ୍ୟୁଜ): ପହିଲି ରଜରେ ଅଘଟଣ ।  ମା' ଝିଅଙ୍କୁ ଛୁରୀରେ ଆକ୍ରମଣ । ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଅଭାବନୀୟ…

56 mins ago

ଟି୨୦ ବିଶ୍ୱକପ ୨୦୨୪: ପପୁଆ-ନ୍ୟୁ ଗିନିକୁ ହରାଇ ସୁପର-୮ରେ ପହଞ୍ଚିଲା ଆଫଗାନିସ୍ତାନ, ଭାଙ୍ଗିଲା ନ୍ୟୁଜିଲାଣ୍ଡ ସ୍ୱପ୍ନ

ଆଫଗାନିସ୍ତାନ ପପୁଆ-ନ୍ୟୁ ଗିନି ବିପକ୍ଷ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଛି । ଷ୍ଟାର ଅଲରାଉଣ୍ଡର ରାଶିଦ ଖାନଙ୍କ ନେତୃତ୍ୱରେ…

1 hour ago