ମୟୂରଭଞ୍ଜ : ଗାଁରେ ଫୁଟିଲା ଗୁଳି । ଗୁଳିର ପ୍ରଚଣ୍ଡ ଶବ୍ଦରେ ଫାଟି ପଡ଼ିଥିଲା ପୁରା ପରିବେଶ। କଣ ହେଲା ବୋଲି ଧାଇଁ ଆସିଥିଲେ ଲୋକେ । ଆସି ଦେଖିଲା ବେଳକୁ ଟ୍ୟୁସନ ମାଷ୍ଟରଙ୍କୁ କରାଯାଇଛି ଗୁଳି । କିଏ କାହିଁକି ଗୁଳି କଲା କାରଣ ଅସ୍ପଷ୍ଟ ?
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଶାକୁଆ ଗାଁରେ ଗୁଳିମାଡ଼ । ଯୁବକଙ୍କ ଉପରେ ୨ ରାଉଣ୍ଡ ଗୁଳି କଲା ଦୁବୃର୍ତ୍ତ । ଗୁରୁତର ଯୁବକ ବାରିପଦା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ତେବେ ରାତି ୧୦ଟା ସମୟରେ ଜଣେ ଟିଉସନ ସାରଙ୍କୁ ଦୁର୍ବୃତ୍ତ ମାନେ ୨ରାଉଣ୍ଡ ଗୁଳି ମାରି ଫେରାର ହୋଇଯାଇଛନ୍ତି । ଫଳରେ ସେ ଗୁରୁତର ଆହତ ହେବା ସହିତ ତାଙ୍କୁ ଗ୍ରାମବାସୀ ପିଆରଏମ ମେଡିକାଲକୁ ନେଇ ଯାଇଥିଲେ । ପେଟରେ ୨ଟି ଗୁଳି ବାଜି ଥିବାରୁ ପ୍ରବଳ ରକ୍ତ ସ୍ରାବ ପାଇଁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।
ଆହତ ଜଣଙ୍କ ହେଲେ ବଡ଼ସାହି ଥାନା ଶିଆଳିଘାଟି ପଞ୍ଚାୟତ ମାଙ୍କଡାପାଳ ଗାଁର ସଞ୍ଜୟ ନାଏକ । ଶାକୁଆ ଗାଁର ପୁରୁଣା ଇଟାଭାଟି ରାସ୍ତା ନିକଟରେ ଏହି ଘଟଣା ଘଟିଥିବା ବେଳେ ଖବର ପାଇ ବଡ଼ସାହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଆହତ ସଞ୍ଜୟ ଜଣେ ଟିଉସନ ମାଷ୍ଟର ହୋଇଥିବା ବେଳେ ନାମମାତ୍ର ଚାଷୀ ଅଟନ୍ତି ।
ତେବେ ସଞ୍ଜୟଙ୍କ ସ୍ତ୍ରୀ ପ୍ରତିମା କହିବାନୁଯାୟୀ ଆମର ଘରୋଇ କାରଣ ପାଇଁ ଝଗଡ଼ା ହୋଇଥିଲା । ଆଉ ମୁଁ ଅଙ୍ଗନୱାଡ଼ିରେ ଫର୍ମ ପକେଇଥିଲି ସେଠାରେ ଅଙ୍ଗନୱାଡ଼ି ଦିଦିଙ୍କ ସହ ଝଗଡ଼ା ହୋଇଥିଲା । ଏହି କାରଣ ପାଇଁ ଗୁଳିକାଣ୍ଡ ଘଟିଥିବା ଅନୁମାନ କରୁଛି ।
Also Read:ଅସୁମାରୀ ସ୍ଵପ୍ନ ନେଇ ବଞ୍ଚିଛି ଜ୍ୟୋସ୍ନା, କେବେ ଭଲ ହୋଇ ଭଙ୍ଗା ଘରକୁ ସଜାଡ଼ିବ