ଟିଉସନ ସାରଙ୍କ ଉପରେ ୨ ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ , ମେଡିକାଲରେ ଭର୍ତ୍ତି

ମୟୂରଭଞ୍ଜ: ଟିଉସନ ସାରଙ୍କୁ ଗୁଳିମାଡ଼ । ମୟୂରଭଞ୍ଜ ବଡ଼ସାହି ଥାନା ଶାକୁଆ ଗାଁରେ ଫୁଟିଲା ଗୁଳି । ଟିଉସନ ସାରଙ୍କ ଉପରେ ୨ ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ମାଙ୍କଡ଼ାପାଳ ଗାଁର ସଞ୍ଜୟ ନାୟକଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ପେଟରେ ୨ଟି ଗୁଳି ବାଜିଛି । ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଗତକାଲି ରାତି ପ୍ରାୟ ୧୦ଟାରେ ସଞ୍ଜୟ ନାୟକ ଟିଉସନ ସାରି ଫେରୁଥିବା ସମୟରେ ପୁରୁଣା ଇଟାଭାଟି ରାସ୍ତା ନିକଟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରେ ୨ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ । ଖବର ପାଇ ବଡ଼ସାହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ।

ଆହୁରି ପଢ଼ନ୍ତୁ :  ବାଣ ବିସ୍ପୋରଣ ଘଟଣା, ଚିକିତ୍ସାଧୀନ ଥିବା ଦୁଇ ଗୁରୁତରଙ୍କ ମୃତ୍ୟୁ