ଶ୍ରୀମନ୍ଦିରରେ ତୁଳସୀ ସଂକଟ, ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ପାଇଁ ଯାଜପୁରରୁ ପଠାଗଲା ତୁଳସୀ ଓ ପୁଷ୍ପ

ଯାଜପୁର (କେନ୍ୟୁଜ୍) : ସାମୁଦ୍ରିକ ଝଡ ଫନି ପ୍ରଭାବରେ ସମଗ୍ର ପୁରୀ ସହରରେ ତୁଳସୀ ପତ୍ରର ଅଭାବ ଦେଖିବାକୁ ମିଳିଛି। ଏଥିପାଇଁ ଧର୍ମଶାଳା ଯାଜପୁର ଜିଲ୍ଲା ଜାରକା ନିକଟ ଭାଲୁଖାଇ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ୭ ବେତା ତୁଳସୀପତ୍ର, ଗୋଟିଏ ପଦ୍ମଫୁଲ ଝୁଡି ସମେତ ବିଭିନ୍ନ ପ୍ରକାର ଫୁଲ ସଂଗ୍ରହ କରାଯାଇ ପୁରୀ ପଠାଯାଇଛି। ମନ୍ଦିର କମିଟି କର୍ମକର୍ତ୍ତାଙ୍କ ସମେତ ବହୁ ଜଗନ୍ନାଥ ପ୍ରେମୀ ପୁରୀ ଯାତ୍ରା କରି ମନ୍ଦିର କାର‌୍ୟ୍ୟାଳୟରେ ତୁଳସୀପତ୍ର, ପୁଷ୍ପ ଆଦି ଅର୍ପଣ କରିଛନ୍ତି।

Leave A Reply

Your email address will not be published.