ରାଜ୍ୟ

ଚୋରା ଚାଲାଣର ନୂଆ ତରିକା, ପଣସ ବୋଝେଇ ଟ୍ରକରେ ଚାଲିଛି ଗଞ୍ଜେଇ ବେପାର

ବାଲିଗୁଡା: ଗଞ୍ଜେଇ କାରବାର ନେଇ ନୂଆ ତରିକା ଖୋଜି ବାହାର କରିଛନ୍ତି ଚୋରାଚାଲାଣ କାରୀ । ପଣସ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ କରି ନେଇ ଯାଉଥିବା ନେଇ ଖବର ପାଇବା ପରେ କନ୍ଧମାଳ ଖରିଆରର ତୁମୁଡିବନ୍ଧ ପୋଲିସ ଚଢ଼ାଉ କରିଥିଲେ । ତନାଘନା ପରେ ତୁମୁଡିବନ୍ଧ ଥାନା ଡ଼ଡଙ୍ଗ ଅଂଚଳ ନିକଟରୁ ଏକ ପଣସ ବୋଝେଇ ଟାଟା ମ୍ୟାଜିକ ଗାଡ଼ିରୁ ୭୩ କେଜି ଗଂଜେଇ ଜବତ କରିଛନ୍ତି ସ୍ଥାନୀୟ ପୋଲିସ । ବାଲିଗୁଡ଼ାରୁ ଖରିଆଲ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ତୁମୁଡିବନ୍ଧ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲେ ।

ଘଟଣାସ୍ଥଳରୁ ପଣସ ବୋଝେଇ ଗାଡି ଓ ଏକ ବାଇକ ଜବତ କରିବା ସହ ଚାରି ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ତୁମୁଡିବନ୍ଧ ପୋଲିସ । ଗିରଫ ହୋଇଥିବା ଚାରିଜଣ ହେଲେ ବାଲିଗୁଡା ଥାନା ଅଂଚଳର ନାଜିଙ୍ଗା ମାଲିକ, ପିଟାରା ଦିଗଲ ଓ ଖରିଆର ଥାନା ଅଂଚଳର ବୈଦ୍ୟ ବାଗ ଓ ଜୟ ବାଗ । କହିରଖିବା ଉଚିତ ହେବକି, ଏବେ ଦେଶ ବ୍ୟାପି ଲକ ଡାଉନ ସ୍ଥିତି ଜାରି ହୋଇଥିବା ବେଳେ ଦୁବୃତ୍ତ ମାନେ ଚାଲାଣର ନୂଆ ନୂଆ ତରିକା ଖୋଜି ବାହାର କରିଛନ୍ତି । ଏବେ କିଛି ଦିନ ତଳେ ବାଲେଶ୍ୱରର ଏକ ଅଂଚଳରୁ ମାଛ ପାଟି ଭିତରେ ବ୍ରାଉନ ସୁଗାର ନେଇ ଯାଉଥିବା ବେଳେ ଧରା ପଡ଼ିଥିଲେ ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

4 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

19 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

34 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

44 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

55 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago