ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, କକ୍ଷତ୍ୟାଗ କଲେ ବିଜେଡି ଓ କଂଗ୍ରେସ

ଭୁବନେଶ୍ୱର : ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କକ୍ଷତ୍ୟାଗ କରିଛନ୍ତି ବିଜେଡି ଓ କଂଗ୍ରେସ । ରାଜ୍ଯପାଳଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନିଜ ଆସନରେ ଠିଆ ହୋଇ କହିବାକୁ ଚାହିଁଥିଲେ । ରାଜ୍ଯପାଳଙ୍କ ଅଭିଭାଷଣ ଚାଲୁଥିବା ବେଳେ ଓଡ଼ିଆ ଅସ୍ମିତା କଥା ଉଠାଇ କକ୍ଷ ତ୍ୟାଗ କରିଥିଲେ । ବିଜେଡି ବିଧାୟକମାନେ ମଧ୍ଯ ନିଜ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲେ । ପୁରୀ ରାଜଭବନରେ ଏଏସଓ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ରାଜ୍ଯପାଳଙ୍କ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ବିଜେଡି ଓ କଂଗ୍ରେସ । ଆଜି ତାହାର ପ୍ରତିଫଳନ ବିଧାନସଭାରେ ଦେଖିବାକୁ ମିଳିଛି ।

You might also like