ଗହୀରମଥାରେ ଶେଷ ହୋଇଛି ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ

କେନ୍ୟୁଜ୍ : ସାମୁଦ୍ରିକ ଗହୀରମଥାରେ ଶେଷ ହୋଇଛି ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ। ଗତବର୍ଷ ତୁଳନାରେ ଚଳିତବର୍ଷ ୨ଲକ୍ଷ କମ୍‌ କଇଁଛ ଅଣ୍ଡାଦାନ କରିଛନ୍ତି। ୪ଲକ୍ଷ ୬୦ହଜାର କଇଁଛ ଅଣ୍ଡାଦାନ କରିବାକୁ ଗହୀରମଥା ଆସିଥିଲେ। ଫେବୃୟାରୀ ୨୬ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ୮ଦିନ ଧରି ଚାଲିଥିଲା ଅଣ୍ଡାଦାନ। ସମୁଦ୍ରରେ ହଜାର ହଜାର ନଟିକାଲ୍‌ ମାଇଲ୍‌ ପାର୍‌ ହୋଇ ଏସବୁ କଇଁଛ ଅଣ୍ଡାଦାନ ପାଇଁ ପ୍ରତିବର୍ଷ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଆସିଥାନ୍ତି । ଆଉ ଏଥିପାଇଁ ପ୍ରତିବର୍ଷ ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ଗହୀରମଥାରେ ଯନ୍ତ୍ର ଚାଳିତ ବୋଟ୍‌ ଓ ମାଛମରା ନିଷେଧ କରାଯାଇଥାଏ । ବନବିଭାଗ ପକ୍ଷରୁ ୨୬ଟି ଗ୍ରୀଡ ଗଠନ କରାଯିବା ସହ ୪୦ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। ଅଣ୍ଡାଦେବାର ୪୫ଦିନ ପରେ ଅଣ୍ଡାରୁ ଛୁଆ ବାହାରି ଗଭୀର ସମୁଦ୍ର ମଧ୍ୟକୁ ଚାଲିଯାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.