ଉଦଳା: ନିହାଣ ମୁନରେ ଚତୁର୍ଦ୍ଧା ମୂର୍ତ୍ତି । ରଙ୍ଗତୂଳୀରେ ଦେଉଛନ୍ତି ଜୀବନ୍ତ ସ୍ପର୍ଶ । ସତେ ଯେମିତି ପ୍ରଭୁ ଜଗନ୍ନାଥଙ୍କ ଅତି ଆପଣାର ହୋଇ ପାରିଛନ୍ତି । ଜଗନ୍ନାଥଙ୍କ ଅପାର କରୁଣା ଆଜି ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ । ମୟୁରଭଞ୍ଜ ଜିଲ୍ଲା ଉଦଳା ଏନଏସି ମେଣ୍ଢାଖାଇ ୮ ନମ୍ବର ୱାର୍ଡର ସ୍ବର୍ଗତ ବିରଞ୍ଚି ନାରାୟଣଙ୍କ କନିଷ୍ଠ ପୁତ୍ର ତୁଷାର ମହାନ୍ତି । ଜଗନ୍ନାଥଙ୍କୁ ଭଲ ପାଉଥିବା ପରମ ଭକ୍ତ ତୁଷାର । ତୁଷାରଙ୍କ ବଡ଼ବାପା ସ୍ବର୍ଗତ ରବି ନାରାୟଣ ଜଣେ ମୂର୍ତ୍ତି କାରିଗର ଓ ଚିତ୍ରଶିଳ୍ପୀ ଥିଲେ । ତାଙ୍କ ପ୍ରେରଣାରେ ଆଜି ତୁଷାର ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତୁଷାରଙ୍କୁ ଯେତେବେକେ ୧୪ ବର୍ଷ ବୟସ ହୋଇଥିଲା ସେତେବେଳ ଠାରୁ ସେ କାଠରେ ଚତୁର୍ଦ୍ଧା ମୂର୍ତ୍ତି ତିଆରି କରି ଆସୁଛନ୍ତି । ନିଜର ଦୃଢ଼ ଇଚ୍ଛାଶକ୍ତି ଓ ମୋନବଳ ଯୋଗୁଁ ଆଜି ସୋପାନ ପରେ ସୋପାନ ଆଗକୁ ବଢ଼ି ଚାଲିଛନ୍ତି । ଛୋଟ ମୂର୍ତ୍ତି ଠୁ ଆରମ୍ଭ କରି ବଡ଼ ମୂର୍ତ୍ତି କୁ ସେ ଦେଉଛନ୍ତି ଜୀବନ୍ତ ସ୍ପର୍ଶ ।
ଜଣେ ମଧ୍ୟବିତ୍ତ ଓ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ତୁଷାର ଆଜି ସମସ୍ତଙ୍କ ପାଇଁ ହୋଇଛନ୍ତି ଉଦାହରଣ । କାଠରେ ମୂର୍ତ୍ତି ଗଢିବାରେ ବେଶ ପାରଙ୍ଗମ ତୁଷାର । ନିମ୍ବ କାଠ ସଂଗ୍ରହ କରି ନିହାଣ ମୁନରେ ମୂର୍ତ୍ତି ଗଢି ରଙ୍ଗତୂଳୀରେ ଦେଇଥାନ୍ତି ଜୀବନ୍ତ ସ୍ପର୍ଶ । ବିଭିନ୍ନ ସଂଗଠନ ଦ୍ୱାରା ସେ ହୋଇଛନ୍ତି ସମ୍ମାନିତ । ତେବେ ପରିବାରଙ୍କ ପ୍ରେରଣା ଓ ପ୍ରଭୁ ଜଗନ୍ନାଥଙ୍କ କରୁଣା ଯୋଗୁ ସେ ରାଜ୍ୟସ୍ଥର, ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ନିଜର ଚିତ୍ରକଳାକୁ ଦେଖାଇବାରେ ସହାୟକ ହୋଇ ପାରିଛନ୍ତି ।
ତେବେ ଆଉ କିଛି ପାଦ ବଢିଛନ୍ତି ତୁଷାର । ଛୋଟ ବଡ଼ ମୂର୍ତ୍ତି ତିଆରି କରୁଥିବା ବେଳେ ହଠାତ ମନକୁ ଆସିଲା ୫ ମିଲିମିଟିର ର ଛୋଟ ଜଗନ୍ନାଥ ମୂର୍ତ୍ତି ତିଆରି କରିବା ପାଇଁ । ତେବେ ୫ ମିଲିମିଟିର ମୂର୍ତ୍ତି ତିଆରି କରି ଆନ୍ତର୍ଜାତୀୟ ସ୍ତରରେ ହୋଇ ପାରିଥିଲେ ସମ୍ମାନିତ । ତେବେ ଏହା ପରେ ପଛ କୁ ଫେରି ନାହାନ୍ତି ତୁଷାର । ଆଖି କୁ ଦେଖା ଯାଉନଥିବା ୮୦୦ ମାଇକ୍ରନର ଜଗନ୍ନାଥଙ୍କ ବିଗ୍ରହ ପ୍ରସ୍ତୁତ କରି ସେ ଇଣ୍ଡିଆ ଵୁକ୍ ଅଫ ରେକର୍ଡ ର ଅଧିକାରୀ ହୋଇ ପାରିଛନ୍ତି । ତେବେ ତାଙ୍କର ଏହି ଉଦ୍ୟମକୁ ବିଭିନ୍ନ ଅଞ୍ଚଳରେ ପ୍ରଶଂସା କରାଯାଇଛି ।