ବେଲ୍ ନା ଜେଲରେ ରହିବେ ଟୁଟୁ ନାୟକ ? ଆଜି ଜାମିନ ଆବେଦନର ଶୁଣାଣି

ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଆଜି ଭୁବନେଶ୍ବର ଏସଡିଜେଏମ କୋର୍ଟରେ ହେବ । ଗତ ୬ ତାରିଖରେ ଶୁଣାଣି କରି ଆଜି ଘୁଞ୍ଚାଇ ଦେଇଥିଲେ SDJM କୋର୍ଟ।

ଭୁବନେଶ୍ୱର (କେନ୍ୟୁଜ): ବେଲ୍ ମିଳିବ ନା ଜେଲରେ ରହିବେ ଟୁଟୁ ନାୟକ ? ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଆଜି ଭୁବନେଶ୍ବର ଏସଡିଜେଏମ କୋର୍ଟରେ ହେବ । ଗତ ୬ ତାରିଖରେ ଶୁଣାଣି କରି ଆଜି ଘୁଞ୍ଚାଇ ଦେଇଥିଲେ SDJM କୋର୍ଟ। ଗିରଫ ପରେ ଟୁଟୁ ନାୟକଙ୍କୁ ଭୁବନେଶ୍ବର ଝାରପଡ଼ା ଜେଲର ୧୨ ନମ୍ବର ୱାର୍ଡରେ ଅନ୍ୟ କଏଦୀଙ୍କ ସହ ରଖାଯାଇଛି ।

ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଅସଦାଚରଣ ଓ ମାଡ଼ ମାରିବା ନେଇ ଭୁବନେଶ୍ବର ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଛି । ଟୁଟୁ ନାୟକଙ୍କ ବିରୋଧରେ ପୋଲିସ ତଥ୍ୟ ଯୋଗାଡ଼ କରୁଛି। କେଉଁ କେଉଁ ଥାନାରେ ତାଙ୍କ ବିରୋଧରେ ମାମଲା ରହିଛି , ରାଜ୍ୟ ବାହାରେ କିଛି ମାମଲା ଅଛିକି ଏସସ୍ତ ଦିଗକୁ ନେଇ ଖୋଲତାଡ଼ କରୁଛି ପୋଲିସ। ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ଟୁଟୁଙ୍କ ଅପଡେଟ୍ କେସ୍ ଡାଏରି ଓ ପୁରୁଣା କେସ୍ ରିପୋର୍ଟ ଦାଖଲ କରିବେ। ଜାମିନ ଶୁଣାଣି ଥିବାବେଳେ ଏଭଳି ସଙ୍ଗୀନ୍ ଅଭିଯୋଗ ଟୁଟୁଙ୍କ ପାଇଁ ଅଡୁଆ ବଢ଼ାଇପାରେ।

Leave A Reply

Your email address will not be published.