ବିଦ୍ୟୁତ ସଟ ସର୍କିଟ ଯୋଗୁ ଜଳିଗଲା ଟିଭି, ଅଳ୍ପକେ ବର୍ତ୍ତିଲେ ମା’ ଓ ୧୨ ମାସର ଶିଶୁ

ଦାରିଙ୍ଗବାଡ଼ି(କେନ୍ଯୁଜ୍): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କିରିକୁଟୀ ପଞ୍ଚାୟତର ପାଙ୍ଗାଲାମାହା ଗ୍ରାମ ନିକଟ ସମାଡଗା ସାହିରେ ଘଟିଯାଇଛି ଏକ ଅଭାବନିୟ ଘଟଣା। ବିଦ୍ୟୁୁତ୍‍ ଅଚାନକ ଭାବେ ୨୨୦ ଭୋଲ୍ଟେଜ ରୁ ବଢି ହାଇ ଭୋଲ୍ଟେଜ ହୋଇଯାଇଥିଲା ଯାହା ଫଳରେ ଗ୍ରାମରେ ବ୍ୟବହାର କରୁଥିବା ବିଦ୍ୟୁତ ଉପୋଭକ୍ତା ମାନଙ୍କର କ୍ଷତି ଘଟିଛି। ଏଥିସହ କିଛିଲୋକଙ୍କ ଘରର ଏଲିଡ଼ି ବଲବ ପୋଡ଼ିବା ସହିତ ଟିଭିର ସେଟଅପ୍ ବକ୍ସ ମଧ୍ଯ ପୋଡ଼ି ଯାଇଛି । ସେହିପରି ଗ୍ରାମର ମାନସ ଦିଗାଲଙ୍କ ଘରର ଟିଭି ଫାଟି ଅଗ୍ନିକାଣ୍ଡ ଘଟି ପ୍ରାୟ ଲକ୍ଷାଧିକ ଟଙ୍କାର ଆସବାସ ପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ ଏଥିରେ ଅଳ୍ପକେ ମା ଓ ୧୨ ମାସର ଶିଶୁ ବର୍ତ୍ତି ଯାଇଥିବାର ଜଣାଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଏବେ ଆଲୋଚ୍ୟର ବିଷୟ ହୋଇଛି। ରବିବାର ଅପରାହ୍ନ ସମୟରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୨ବଖରା ଆଜେବେଷ୍ଟ ଘର ନିଆଁ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ନିଆଁ ଲାଗିବା ଫଳରେ ମାନସଙ୍କ ଘରେ ଥିବା ନଗଦ ୪୦ହଜାର ଟଙ୍କା ସହିତ ଧାନ,ଚାଉଳ, ଲୁଗା ପଟା, କଂସା ବାସନ ଇତ୍ୟାଦି ଲକ୍ଷାଧିକ ଟଙ୍କାର ସମ୍ପତି କ୍ଷୟକ୍ଷତି ହୋଇଛି।

daringbadi caseମିଳିଥିବା ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ସମୟରେ ମାନସ ନିଜ ବାପା ଗିନାପତି ଙ୍କ ସାଥିରେ ପାଖ ନଦୀକୁ ମାଛଧରିବାକୁ ଯାଇଥିବା ବେଳେ ବୋହୁ ମେରୀ ପ୍ରଧାନ ନିଜର ୧୨ମାସର ଶିଶୁ ପୁତ୍ର ସହିତ ଘରେ ଥିଲେ। ମେରୀ ଘରେ ଥିବା ବେଳେ ସାହି ପଡ଼ିଶାର କିଛି ଛୋଟପିଲାଙ୍କ ସହିତ ଘରେ ଟିଭି ଦେଖୁଥିବା ବେଳେ ମାନସଙ୍କ ଭାଇ ଏଲିଅ ଦିଗାଲ ଘରେ ଥିଲେ। ତେବେ ଛୋଟଛୋଟ ପିଲାମାନଙ୍କ ସହିତ ମେରୀ ଘରେ ଟିଭି ଦେଖୁଥିବା ବେଳେ ଅଚାନକ ବିଦ୍ୟୁତ ଭୋଲଟେଜ ଅଧିକା ଆସିଯିବାରୁ ଟିଭି ଭିତରୁ ଧୁଆଁବାହାରିଥିଲା। ଏହାଦେଖି ମେରୀ ଭୟଭୀତ ହୋଇ ଘରେ ଥିବା ବିଦ୍ୟୁତ ତାର ଗୁଡ଼ିକୁ ବିଚ୍ଛିନ୍ନ କରିବାକୁ ଚେଷ୍ଟା କରିଥିଲେ। ତେବେ ସେହି ସମୟରେ ଘରେ ଥିବା ବିଦ୍ୟୁତ ତାର ଗୁଡ଼ିକ ଜଳିବା ଆରମ୍ଭ ହୋଇ ଟିଭିରେ ନିଆଁ ଲାଗି ଟିଭି ଟି ବିସ୍ଫୋରଣରେ ଫାଟି ଯାଇଥିଲା। ଯାହାଫଳରେ ଘରେ ନିଆଁ ଲାଗି ଘର ସାରା ବ୍ୟାପିବାକୁ ଲାଗିଥିଲା। ଭୟରେ ମେରୀ ଘରୁ ନିଜ ଛୋଟଛୁଆକୁ ନେଇ ଦୌଡ଼ି ପଳାଇଥିବା ବେଳେ ଅନ୍ୟମାନେ ମଧ୍ୟ ପ୍ରାଣ ବିକଳରେ ଏଣେତେଣେ ଧାଇଁଥିଲେ। ସାହିପଡ଼ିଶା ଲୋକମାନେ ମଧ୍ୟ ନିଆଁ ଲାଗିବା ଦେଖି ନିଆଁକୁ ଆୟତ କରିବା ପାଇଁ ବହୁ ଚେଷ୍ଟା କରିବା ପରେ ମଧ୍ୟ ନିଆଁ କୁ ଆୟତ କରିବାରେ ସକ୍ଷମ ହୋଇନଥିବା ବେଳେ ଘର ଭିତରେ ଏକ ଗ୍ୟାସ ସିଲିଣ୍ଡର ଥିବା ମେରୀ କହିବାରୁ ଗ୍ରାମବାସୀମାନେ ଅଧିକ ଭୟଭୀତ ହୋଇ ନିଆଁ ଲାଗିବା ସ୍ଥାନ ଠାରୁ ପ୍ରାୟ ୧କିଲୋମିଟର ଦୂରରେ ରହିଥିଲେ। ତେବେ ଘଟଣା ସମ୍ପର୍କରେ ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗର  ୨ଟି ଟିମ୍‍ ତୁରନ୍ତ ପାଙ୍ଗାଲମାହା ଠାରେ ପହଞ୍ଚିଥିଲେ।

daringbadi case2ଅନ୍ଯପଟେ ଘଟଣାସ୍ଥଳରେ ଦାରିଙ୍ଗବାଡ଼ି ତହସିଲଦାର ନୀତିଶ କୁମାର ତ୍ରୀପାଠୀ ନିର୍ଦ୍ଦେଶକ୍ରମେ ସିମନବାଡ଼ି ରାଜସ୍ୱ ନିରିକ୍ଷକ ବିଜୟ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି।କିଭଳି ହଠାତ ଏଭିଳି ହାଇ ଭୋଲ୍ଟେଜ ହୋଇଗଲା ତାହା ଜଣା ପଡିନଥିବା ବେଳେ ଘଟଣା ସ୍ଥଳରେ ବିଦ୍ୟୁତ ବିଭାଗ ପହଁଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.