ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ
ସମ୍ବଲପୁର(କେନ୍ଯୁଜ୍): ହୀରାକୁଦର ୧୨ଟି ଗେଟ୍ ଖୋଲା। ଜଳଭଣ୍ଡାରରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ବାମରୁ ୮ଟି ଓ ଡାହାଣରୁ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି।
ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ଲକ୍ଷ ୫୦ହଜାର ୪୧୯ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୨ଲକ୍ଷ ୨୦ହଜାର ୪୧୮ କ୍ୟୁସେକ୍ ଜଳ। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୯.୮୩ ଫୁଟ୍ ରହିଛି।