୧୨ ଘଣ୍ଟିଆ ହୀରାକୁଦ ବନ୍ଦ ପାଳନ ଡାକରା

hirakud strikeସମ୍ବଲପୁର: ବିଜେପି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ଠପ୍ ହୋଇଯାଇଛି ଗାଡି ଚଳାଚଳ। ଗତକାଲି ସମ୍ବଲପୁର ମହାନଗର ନିଗମର ଆବର୍ଜନା ବୁହା ହାଇୱା ଗାଡି ଧକ୍କାରେ ଅରୁଣ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଓ ବିଜେପି କର୍ମୀ ରାସ୍ତା ଉପରେ ମୃତଦେହ ରଖି ଧାରଣାରେ ବସିଥିଲେ।

hirakud ଏହାପରେ ପୁଣି ଥରେ ରାତି ୧୧ଟାରେ ହିଣ୍ଡାଲକୋ କମ୍ପାନୀର ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସହରରେ ଉତ୍ତେଜନା ଦେଖାଦେବା ସହ ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ହୀରାକୁଦ ବନ୍ଦ ଡାକରା ଦିଆଯାଇଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ପୋଲିସ ମୂତୟନ ଅଛନ୍ତି । …

Leave A Reply

Your email address will not be published.