ଏଣିକି ବଜାର ଓ ଜନଗହଳି ଅଂଚଳ ଉପରେ ପୋଲିସର କଡା ନଜର : ଟ୍ଵିନ୍‌ ସିଟିରେ ୨୧ ଦୋକାନ ସିଲ୍

କଟକ-ଭୁବନେଶ୍ୱର:କଟକ-ଭୁବନେଶ୍ୱରର ଅମାନିଆ ସାବଧାନ। ଏଣିକି ବଜାର ଓ ଜନଗହଳି ଅଂଚଳ ଉପରେ ପୋଲିସର କଡା ନଜର। ନିୟମ ଭାଙ୍ଗିଲେ ନିସ୍ତାର ନାହିଁ। ଦୋକାନ ବି ସିଲ୍‌ ହେବ। କୋଭିଡ ନିୟମ ଉପରେ ପ୍ରତ୍ୟକ୍ଷ ଭାବେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗତକାଲି ପୋଲିସ ଡିଜି ସମୀକ୍ଷା ବୈଠକ କରିଥିଲେ। ବୈଠକ ପରେ ପରେ ରାତି ସୁଦ୍ଧା ଟ୍ଵିନ୍‌ ସିଟିରେ ୨୧ଟି ଦୋକାନ ସିଲ୍‌ ହୋଇଛି। ୫ ହଜାର ୧୮୮ ବ୍ୟକ୍ତିଙ୍କୁ ଦଣ୍ଡିତ କରାଯାଇଛି । ବଜାର ଅଞ୍ଚଳ, ହଟ୍‌ସ୍ପଟରେ କଡ଼ାକଡ଼ି ହେବ ଯାଞ୍ଚ। ଏଥିରେ ଅଧିକ ୫୦ ଅଫିସର, ୫ ପ୍ଲାଟୁନ୍‌ ଶସସ୍ତ୍ର ପୋଲିସ ନିୟୋଜିତ ହେବ। ଭୁବନେଶ୍ୱରକୁ ୩ଟି ଜୋନ୍‌ ଜୋନରେ ଭାଗ କରାଯାଇଛି ।

ପ୍ରତି ଜୋନ୍‌ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ DCP ପାହ୍ୟାର ଅଧିକାରୀ। ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ ସ୍କ୍ଵାଡ୍‌ ରହିବେ। ଭୁବନେଶ୍ୱରରେ ଛକ, ଜନଗହଳିପୂର୍ଣ୍ଣ ସ୍ଥାନରେ ନିର୍ଦ୍ଦିଷ୍ଟ ସଂଖ୍ୟାକ ପୋଲିସ ମୁତୟନ ରହିବେ। ଜୋନ୍‌ ଏସିପିମାନେ ସ୍କାଡ୍‌ ଗଠନ କରି ପାରିବେ। ନିୟମ ଭାଙ୍ଗୁଥିବା ଦୋକାନଗୁଡିକୁ ସିଲ୍‌ କରିବା ଉପରେ ଗୁରୁତ୍ୱ ଦିଆଯିବ। ଲୋକଙ୍କ ସହଯୋଗରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.