ସକାଳୁ ସକାଳୁ ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ଟ୍ବିନ ସିଟି, ୫୦ ମିଟର ଦୂରକୁ କିଛି ଦେଖାଯାଉନି

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଘନ କୁହୁଡି। ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ଦୈତନଗରୀ । ୫୦ ମିଟର ଦୂରକୁ କିଛି ଦେଖାଯାଉନି । ଭୁବନେଶ୍ୱରରେ ଅଧିକ କୁହୁଡି ଦେଖିବାକୁ ମିଳିଛି ।

ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଲୋକେ ଯିବା ଆସିବା କରିବାରେ ନାନା ଅସୁବିଧା ଭୋଗୁଛନ୍ତି । ଲୋକମାନେ ଲାଇଟ୍ ଜଳାଇ ଯିବା ଆସିବା କରୁଛନ୍ତି। ବିଶେଷକରି ଗାଡିରେ ଯାଉଥିବା ଲୋକ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.