ପୂଜାକୁ ଫିକା କରିବା କୋଭିଡ କଟକଣା, ଆସନ୍ତାକାଲି ଠାରୁ ଟ୍ଵିନ ସିଟିରେ ରାତି ୮ଟା ରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ

ଭୁବନେଶ୍ୱର(କେନ୍ୟୁଜ୍‌) : ଚଳିତ ବର୍ଷର ଦୁର୍ଗା ପୂଜାକୁ ଫିକା କରିବ ନାଇଟ କର୍ଫ୍ୟୁ । ଆଉ ଆଗ ଭଳି ସନ୍ଧ୍ୟାରେ ଗହଳି ଜମିବନି । ଲୋକେ ବାହାରିବେନି ପଦାକୁ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତି ନେଇଛନ୍ତି ।

ପାର୍ବଣ ପାଇଁ ଟୁଇନ ସିଟିରେ ହେବ କଡ଼ା ସୁରକ୍ଷା । କାଲିଠୁ କଟକ, ଭୁବନେଶ୍ୱରରେ ରାତି ୮ଟାରୁ ସକାଳ ୫ଟା ଯାଏଲାଗୁ ହେବ ନାଇଟ କର୍ଫ୍ୟୁ । କଟକରେ ମୁତୟନ ହେବେ ୩୨ ପ୍ଲାଟୁନ ଫୋର୍ସ ।

୨୦ ଚେକ୍ ପୋଷ୍ଟ ସହ ଶହେ ପୋଲିସ ଅଧିକାରୀ ଓ ୧୫୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯିବ । କୋଭିଡ କଟକଣାରେ ଚଳିତବର୍ଷ ଦୁର୍ଗାପୂଜା ପାଳନ କରିବାକୁ କଟକ ଡିସିପି ଜନସାଧାରଣଙ୍କୁ ଅପିଲ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.