ପୁଣି ଡେଙ୍ଗୁ ଆତଙ୍କ : ଟୁଇନସିଟିରେ ବଢ଼ିବାରେ ଲାଗିଛି ରୋଗୀ ସଂଖ୍ୟା

dengueଭୁବନେଶ୍ବର : କଟକ ଏସସିବି ମେଡିକାଲରେ ଧୀରେ ଧୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏସସିବିରେ ୧୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ଆଇସିୟୁରେ ୩ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଗତକାଲି ୩୦ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୪ଜଣଙ୍କ ଠାରେ ଡେଙ୍ଗୁ ପଜିଟିଭ୍ ରହିଛି । ଜାନୁଆରୀ ମାସରୁ ଏବେ ସୁଦ୍ଧା ୧୫ଶହ ୪୧ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିମଧ୍ୟରୁ ୬୪ଜଣଙ୍କର ପଜିଟିଭ୍ ବାହାରିଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣରେ ରହିଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର । ସେ କ୍ୟାପିଟାଲ ହସ୍ପିଟାଲର ଡେଙ୍ଗୁ ଓ୍ଵାର୍ଡ ବୁଲିବା ସହ ଚିକିତ୍ସା ବ୍ୟବସ୍ଥା ପଚାରି ବୁଝିଥିଲେ । ରୋଗୀମାନଙ୍କୁ ସଠିକ ଭାବେ ଚିକିତ୍ସା ସୁବିଧା ମିଳୁଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା କହିଛନ୍ତି । କେବଳ ଡେଙ୍ଗୁ ଓ୍ଵାର୍ଡରେ ବାୟୁ ନିର୍ଗମନର ବ୍ୟବସ୍ଥା ନଥିବାରୁ ସେଠାରେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା କରିବାକୁ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.