ଆଜି ଦାୟିତ୍ୱ ନେଲେ ଟ୍ଵିନ୍‌ସିଟିର ୨ ନୂଆ ଡିସିପି

ଭୁବନେଶ୍ବର: ଆଜି ଦାୟିତ୍ୱ ନେଲେ ଟ୍ଵିନ୍‌ସିଟିର ୨ ନୂଆ ଡିସିପି । ଭୁବନେଶ୍ୱର କମିଶନରେଟ୍‌ ପୋଲିସର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଉମାଶଙ୍କର ଦାସ। ଭୁବନେଶ୍ୱର ଡିସିପି ଅନୁପ ସାହୁ ଭିଜିଲାନ୍ସ ଡିଆଇଜି ଭାବେ ବଦଳି ହେବା ପରେ ତାଙ୍କ ସ୍ଥାନରେ ଉମାଶଙ୍କର ଦାସଙ୍କୁ ନିଯୁକ୍ତ କରାଯାଇଛି।

୨୦୦୮ ବ୍ୟାଚ୍‌ର IPS ଅଫିସର ଉମାଶଙ୍କର ଦାସ। ସେ ପୂର୍ବରୁ ରାଉରକେଲା ଓ ପୁରୀ ଏସ୍‌ପି ଭାବେ ଦାୟିତ୍ୱ ତୁଲାଇଛନ୍ତି। ସେହିପରି କଟକ ଡିସିିପି ଭାବେ ଦାୟିତ୍ୱ ନେଇଛନ୍ତି ପ୍ରତୀକ ସିଂହ। କରୋନା ମୁକାବିଲା ବଡ ଚ୍ୟାଲେଞ୍ଜ ହେବ ବୋଲି ଦୁଇ ନୂଆ ଡିସିପି କହିଛନ୍ତି। ପୋଲିସ ସେବା ଭବନରେ ଦାୟିତ୍ୱ ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.