ବାଲିପାଟଣା ଗୁଳିକାଣ୍ଡ ମାମଲାରେ ଟ୍ବିଷ୍ଟ, ପ୍ରତିଶୋଧ ନେବାକୁ ନିଜେ ନିଜକୁ ଗୁଳିମାଡ କରିଥିଲା ଅଭିଯୁକ୍ତ

ଭୁବନେଶ୍ବର: ମିଛ ନାଟକ ସତ ଗୁଳିକାଣ୍ଡ । ଭୁବନେଶ୍ବର ବାଲିପାଟଣା ଗୁଳିକାଣ୍ଡ ମାମଲାରେ ଟ୍ବିଷ୍ଟ। ନିଜେ ନିଜକୁ ଗୁଳିମାଡ କରିଥିଲା ଦୀପ୍ତିରଞ୍ଜନ । ନିଜ ହାତରେ ନିଜେ ଗୁଳି ମାରିଥିଲା ।
ସୂଚନା ଅନୁସାରେ ୨୦୨୪ ମସିହାରେ ଏକ ଦୁଷ୍କର୍ମ ମାମଲାରେ ଜେଲ ଫେରନ୍ତା ଦୀପ୍ତି ରଚିଥିବା ଷଡ଼ଯନ୍ତ୍ର ଯାହର ପର୍ଦାଫାଶ କରିଛି କମିସନରେଟ ପୋଲିସ । ଦୁଷ୍କର୍ମ ପୀଡିତାଙ୍କ ସ୍ୱାମୀଙ୍କୁ ଫସାଇବାକୁ କରିଥିଲା ବଡ଼ ଯୋଜନା । ପୀଡିତାଙ୍କ ଘର ଆଗରେ ଛିଡା ହୋଇ ନିଜ ହାତକୁ ନିଜକୁ ଗୁଳି ଚଳାଇଥିଲା । ଆହତ ଦୀପ୍ତିଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପରେ ତାଙ୍କୁ ଗିରଫ କରାଯିବ । ବନ୍ଧୁକ ଯୋଗାଇଥିବା ତୃତୀୟ ବ୍ୟକ୍ତି ଅମରେଶ ପ୍ରଧାନ ଓରଫ ବାଙ୍ଗୁରୁ ଗିରଫ କରଯାଇଛି । ୨୦୨୪ରେ ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ ଦୀପ୍ତିରଞ୍ଜନ । ଦୁଷ୍କର୍ମ ପୀଡ଼ିତଙ୍କ ପରିବାର ଉପରେ ପ୍ରତିଶୋଧ ନେବାକୁ ପ୍ଲାନ କରିଥିଲେ ।
ଆହୁରି ପଢ଼ନ୍ତୁ : ଦୋକାନ ଭିତରକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ପାନ ଦୋକାନୀ