ରହସ୍ୟ ଘେରରେ ଡିଜେ ଆଜେକ୍ସଙ୍କ ମୃତ୍ୟୁ: ପ୍ରେମିକା ଓ ପ୍ରେମିକାଙ୍କ ସାଙ୍ଗଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ
ଆଜେକ୍ସଙ୍କ ମୃତ୍ୟୁର ଦିନକ ପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଆତ୍ମହତ୍ୟା ପଛରେ ପ୍ରେମିକା ଓ ପୁରୁଷବନ୍ଧୁଙ୍କୁ ଦାୟୀ କରିଛନ୍ତି ପରିବାର ଲୋକ । ଆଉ ଖୁବଶୀଘ୍ର ପ୍ରେମିକାଙ୍କୁ ପଚରାଉଚରା କରାଯାଇପାରେ ବୋଲି ସୂଚନା ମିଳୁଛି।

ଭୁବନେଶ୍ୱର (କେନ୍ୟୁଜ): ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ଘଟଣା ଉପରୁ ହଟୁନି ସସପେନ୍ସ। ଆଜି ଜେରାହେବେ ପ୍ରେମିକା। ଆତ୍ମହତ୍ୟା ପଛରେ ତ୍ରିକୋଣୀୟ ପ୍ରେମକାହାଣୀ ଓ ବ୍ଲାକମେଲ୍ ଅଭିଯୋଗ ରହିଥିବାରୁ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଆତ୍ମହତ୍ୟା ପଛରେ ସଂପୃକ୍ତି ରହିଥିବା ପ୍ରେମିକା ଓ ତାଙ୍କ ପୁରୁଷବନ୍ଧୁଙ୍କ ଲାଗି ଅଡୁଆ ବଢିଛି। ସେମାନଙ୍କ ନାଁରେ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ଦଫାରେ ମାମଲା ରୁଜୁ କରି ତଦନ୍ତ କରୁଛି ଖାରବେଳ ନଗର ଥାନା ପୋଲିସ।
ଆଜି ଆଜେକ୍ସଙ୍କ ପ୍ରେମିକାଙ୍କୁ ଥାନାକୁ ଡାକି ପଚରାଉଚରା କରାଯିବ। ପରେ ତାଙ୍କ ପୁରୁଷବନ୍ଧୁଙ୍କୁ ଡାକି ପଚରାଉଚରା କରିବ ପୋଲିସ। ସେହିପରି ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସିଡିଆର ରିପୋର୍ଟ ମଗାଯାଇଛି। ଆଜେକ୍ସଙ୍କ ସିଡିଆର ନେଇ ମଧ୍ୟ ଯାଞ୍ଚ ଚାଲିଛି। କଲ ରେକର୍ଡରୁ ପ୍ରମାଣ ମିଳିପାରେ ବୋଲି ପୋଲିସ ଆଶା ରଖିଛି। ପ୍ରେମିକାଙ୍କ ଆକାଉଣ୍ଟ କାରବାର ନେଇ ବ୍ୟାଙ୍କକୁ ତଥ୍ୟ ମଗାଯାଇଛି। ପ୍ରେମିକାକୁ ୧୦ଲକ୍ଷ ଟଙ୍କା ଦେଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।
୧୭ ତାରିଖରେ ଉଭୟଙ୍କ ମଧ୍ୟରେ ବଡ଼ ଧରଣର ଝଗଡ଼ା ହୋଇଥିଲା । ଆଜେକ୍ସଙ୍କୁ ପ୍ରେମିକା ଚାପୁଡ଼ା ମାରିଥିବା କହିଛନ୍ତି ତାଙ୍କ ସାଙ୍ଗ। ଏହକୁ ସହିନପାରି ଆଜେକ୍ସ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେପଟେ ସିଡିଆର ରିପୋର୍ଟ, ହ୍ଵାଟସ୍ଆପ୍ ଚାଟକୁ ଯାାଞ୍ଚ କରାଯାଉଛି। ଆଜି ଆସିବ ପୋଷ୍ଟମର୍ଟମ ରିପୋର୍ଟ ଆସିବ । ଏହାପରେ ଆତ୍ମହତ୍ୟା କାରଣ ପଦାକୁ ଆସିବ ବୋଲି ପୋଲିସ କହିଛି। ଆଜେକ୍ସଙ୍କ ମୋବାଇଲ୍ ଫୋନ୍ ଓ ମୃତଦେହ ନିକଟରୁ ମିଳିବା ଏକ ନୋଟ୍କୁ ରସୁଲଗଡ଼ସ୍ଥିତ ରାଜ୍ୟ ଫରେନ୍ସିକ୍ ଲାବୋରେଟୋରୀକୁ ପଠାଯାଇଛି।