ବୈକୁଣ୍ଠ ଧାମରୁ ସ୍ତ୍ରୀ ନିଖୋଜ ଘଟଣାରେ ଟ୍ଵିଷ୍ଟ୍, ଯୁବକଙ୍କ ବିରୋଧରେ ଚାଞ୍ଚଲ୍ୟ କର ବୟାନ ଦେଲେ ମହିଳା

ଭୁବନେଶ୍ୱର : ପଣ୍ଡିତ କାଶୀନାଥ ମିଶ୍ରଙ୍କ ନାଁରେ ସହିଦ ନଗର ଥାନାରେ ସାଙ୍ଘାତିକ ଅଭିଯୋଗ ଆଣିଥିବା ଜିତେନ ଗିରି ମାମଲାରେ ଟ୍ବିଷ୍ଟ । ତାଙ୍କ ସ୍ତ୍ରୀକୁ ୪ ବର୍ଷ ୨ ମାସ ଧରି ପଣ୍ଡିତ କାଶୀନାଥ ମିଶ୍ର ରଖିଥିବା ଏବଂ ଛାଡିବା ପାଇଁ ୨ ଲକ୍ଷ ଦାବି କରୁଥିବା ନେଇ ଜିତେନ ଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଏବେ ଏହି ମାମଲାରେ ଆସିଛି ନୂଆ ଟ୍ବିଷ୍ଟ। ସାମ୍ନାକୁ ଆସିଲେ ଜିତେନ୍ ଗିରିଙ୍କ ପତ୍ନୀ । କହିଲେ ସ୍ବଇଚ୍ଛାରେ ସେ ବୈକୁଣ୍ଠ ଧାମ ଆଶ୍ରମରେ ରହିଛନ୍ତି। ତାଙ୍କୁ କେହି ବାଧ୍ୟ କରିନାହାନ୍ତି। ଓଲଟା ସ୍ବାମୀଙ୍କ ସହ କୋର୍ଟରେ ଛାଡ଼ପତ୍ର ମାମଲା ଚାଲିଥିବା କହିଛନ୍ତି।

ତେବେ ଗତକାଲି ହାଇକୋର୍ଟରେ ବେଲ୍ ଆବେଦନ କରିବା ସହ ଗଣମାଧ୍ୟମରେ ନିଜ ଓକିଲଙ୍କ ସହ ମୁଁହ ଖୋଲିଛନ୍ତି ଜୀତେନଙ୍କ ପତ୍ନୀ । କାହାର ପ୍ରରୋଚନାରେ ନୁହେଁ ବରଂ ସ୍ବାମୀ ଜୀତେନ ତାଙ୍କ ଉପରେ ଅନେକ ଅତ୍ୟାଚାର ମାର ପିଟ କରୁଥିଲେ ଡରେଇ ଧମକେଇ ରଖୁଥିଲେ। ଏପରିକି ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ମାରପିଟ କରିବାକୁ କହୁଥିଲେ ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ସେଥିପାଇଁ ସେ ତାଙ୍କ ସ୍ଵାମୀଙ୍କ ଠାରୁ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ଯେହେତୁ ସେ ଆଶ୍ରମ ଯାଉଥିଲେ ଓ ସତସଙ୍ଗରେ ଭାଗ ନେଉଥିଲେ, ସେଥିପାଇଁ ରାଗରେ ଜୀତେନ ଏସବୁ ମିଛ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି ।

ଏହା ମଧ୍ୟ ଜିତେନ୍ ଗିରିଙ୍କ ପତ୍ନୀ କହିଛନ୍ତି ଯେ, ଅଭିଯୋଗ କରିଥିବା ଯୁବକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ୨୦୧୪ ମସିହାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ନେଇ କୋର୍ଟରେ କେସ୍ ଚାଲିଛି। ସେ ହାଇକୋର୍ଟରେ କେସ୍ କରିଛନ୍ତି । ସେହିଭଳି ମହିଳାଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ଯେ, ଜଣେ ଯୁବତୀଙ୍କ ବିରୋଧରେ ଏଭଳି ଅଭିଯୋଗ କରି ତାଙ୍କୁ ବଦନାମ କରାଯାଇଛି।

ସୂଚନା ଅନୁସାରେ ଗତଦୁଇ ଦିନ ତଳେ ସ୍ଵାମୀ ଠାରୁ ସ୍ତ୍ରୀକୁ ଛଡ଼ାଇ ନେଇଛନ୍ତି କାଶୀନାଥ ମିଶ୍ର ବୋଲି ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ ଜିତେନ୍ ଗିରି । ୪ ବର୍ଷ ୨ ମାସ ଧରି କାଶୀନାଥ ତାଙ୍କ ପତ୍ନୀଙ୍କୁ ଦୂରେଇ ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ ଜିତେନ୍। ଏହା ମଧ୍ୟ କହିଥିଲେ ମୋ ସ୍ତ୍ରୀର ମାଇଣ୍ଡ ୱାସ କରାଯାଇ ମୋ ବିରୋଧରେ ଛାଡପତ୍ର କେସ କରାଯାଇଛି । କାଶୀନାଥ ଆଉ ଆଶ୍ରମର ଆଉ ଜଣେ ବ୍ୟକ୍ତି ମୋ ସ୍ତ୍ରୀର ମାଇଣ୍ଡ ୱାସ କରି ମୋ ଠାରୁ ଦୂରେଇ ନେଇ କେଉଁଠି ରଖିଛନ୍ତି ବୋଲି ଏଭଳି କିଛି ଅଭିଯୋଗ ଆଣିଥିଲେ ଜିତେନ୍ ଗିରି ନାମକ ବ୍ୟକ୍ତି ।

You might also like