କୁଆଁରମୁଣ୍ଡା ଡକାୟତି ଘଟଣାରେ ବୀରମିତ୍ରପୁର ପୋଲିସ ୨ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ପିସ୍ତଲ, ୩ଟି ଗୁଳି ଓ ୪ ଲକ୍ଷ ୧୦ ହଜାର ଟଙ୍କା ଜବତ ହୋଇଛି। ପୂର୍ବରୁ ଏହି ଡକାୟତି ଘଟଣାରେ ୨ ଜଣ ଗିରଫ ହୋଇଥିଲେ। ଗତ ଅକ୍ଟୋବର ୧୫ ତାରିଖରେ ଡକାୟତମାନେ ୧୧ ଲକ୍ଷ ଟଙ୍କା ଲୁଟ୍ କରିଥିଲେ। ଏକ ଘରୋଇ ବ୍ୟାଙ୍କରୁ ଟଙ୍କା ଧରି ଭତ୍ତା ବଣ୍ଟନ ପାଇଁ କର୍ମଚାରୀମାନେ କୁଆଁରମୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ଯାଉଥିବା ବେଳେ ଡକାୟତି ହୋଇଥିଲା