ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ହତ୍ୟାକାଣ୍ଡରେ ଦୁଇ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର(କେନ୍ୟୁଜ):ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ହତ୍ୟାକାଣ୍ଡରେ ଦୁଇ ଅଭିଯୁକ୍ତ ଗିରଫ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ହଂସପୁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ଦୁଇ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହଂସପୁର ଗାଁର ପଙ୍କଜ ବିଶ୍ଵାଳ ଓ ସୀମାଞ୍ଚଳ ବିଶ୍ଵାଳ । ବ୍ୟବସାୟିକ ଶତୃତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଦୁଇ ଅଭିଯୁକ୍ତ ସ୍ୱିକାର କରିଛନ୍ତି ।

ପୂର୍ବରୁ ଦୁଇ ଥର ହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ । ଗତ ୨୨ ତାରିଖରେ କୃଷ୍ଣଚନ୍ଦ୍ର ପରିଡାଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏଥିରେ ସଂପୃକ୍ତି ରହିଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.