ମାଆ ଓ ଭଉଣୀଙ୍କୁ ଜିଅନ୍ତା ପୋଡ଼ି ମାରିବା ଘଟଣା, ହତ୍ୟାର ଡେମୋ ଦେଖାଇଲେ ଦୁଇ ଅଭିଯୁକ୍ତ
ସମ୍ବଲପୁର : ସମ୍ବଲପୁର ମାନେଶ୍ବର ହାଟପଦାରେ ବୃଦ୍ଧା ମାଆ ଓ ଭଉଣୀଙ୍କୁ ଜିଅନ୍ତା ପୋଡ଼ି ମାରିଦେବା ଘଟଣାରେ ବୃଦ୍ଧାଙ୍କ ପୁଅ ଓ ନାତି ଦେଖାଇଲେ ହତ୍ୟାର ଡେମୋ । ପୋଲିସ ଦୁଇ ଅଭିଯୁକ୍ତ ବାପପୁଅଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ କରିଛି l କିପରି ଅଭିଯୁକ୍ତ ପୁଅ ନିଜ ମାଆ ସ୍ନେହଲତା ଦୀକ୍ଷିତ ଓ ବଡ଼ ଭଉଣୀ ସୈରେନ୍ଦ୍ରିଙ୍କୁ ହତ୍ୟା କଲା ସେନେଇ ଦେଖାଇଲା ଡେମୋ l ଦୁଇ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ ହାଟପଦା କ୍ରାଇମ ସ୍ପଟରେ ପହଞ୍ଚିଥିଲା l
ଏହାପରେ ଅଭିଯୁକ୍ତମାନେ ଘଟଣା କ୍ରମ ଦେଖାଇଥିଲେ l ବୁଢି ମାଆଙ୍କୁ ଶ୍ବାସରୁଦ୍ଧ କରି ମାରିବା ପର ବଡ଼ ଭଉଣୀର ତଣ୍ଟି ଚିପି ହତ୍ୟା କରି ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ ବୋଲି ଅଭିଯୁକ୍ତ ପୁଅ ସ୍ୱୀକାର କରିଛି l ସମ୍ପତ୍ତି ପାଇଁ ସୈତାନ ପୁଅ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିଲା । ମୃତ ବୃଦ୍ଧାଙ୍କ ସାନ ଝିଅ ଇନ୍ଦ୍ରାଣୀ ପୁରୋହିତ ମାଆ ଓ ବଡ଼ ଭଉଣୀଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିବା ପରେ ତନାଘନା ତଦନ୍ତ ଆରମ୍ଭ କରିଥିଲା ପୋଲିସ ।