କରଞ୍ଜିଆ ବନଖଣ୍ଡ କାଳିଆଜିଆଣି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ୨ଗିରଫ

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କାଳିଆଜିଆଣି ସଂରକ୍ଷିତ ଜଙ୍ଗଲ ନମ୍ବର ୧ରେ ନିଆଁ ଲଗାଇବା ଘଟଣାରେ ଶୁକ୍ରବାର ରାତିରେ ଠାକୁରମୁଣ୍ଡା ବନ କର୍ମଚାରୀ ୨ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ୨ଜଣ ହେଉଛନ୍ତି ତାଳପଦା ଗ୍ରାମର ଭୁଟେଶ୍ୱର ନାଏକ(୫୫) ଓ ଫାତୁ ଦଣ୍ଡପାଟ(୪୦) ବୋଲି ଜଣାପଡିଛି। ଉଭୟଙ୍କୁ ଗିରଫ ପରେ ଆଜି କେଶ ନମ୍ବର ୨୭୨/୨୦-୨୧ ଅନୁଯାୟୀ କୋର୍ଟ ଚାଲାଣ କରିଛି।

ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଫରେଷ୍ଟର ନଳିନୀକାନ୍ତ ମହାନ୍ତ,ବନରକ୍ଷୀ କିଶୋର ପାତ୍ର,ସଚ୍ଚିତାନନ୍ଦ ବେହେରା ସମେତ ବନକର୍ମଚାରି ମାନେ ପେଟ୍ରୋଲିଂ କରୁଥିବା ସମୟରେ ଏହି ୨ଜଣକୁ କାଳିଆଜିଆଣି ଜଙ୍ଗଲ ଭିତରୁ ଧରିଥିଲେ। ବନ ବିଭାଗ ଦ୍ଵାରା ଧରାପଡିଥିବା ଏହି ଦୁଇ ଜଣ ସେଠାରେ ଥିବା ଏକ ଇଟାଭାଟି କାମରେ ଆସି ଜଙ୍ଗଲ ଭିତରେ ରୋଷେଇ କରୁଥିଲେ। ରୋଷେଇ ସମୟରେ ସେମାନେ ସଂରକ୍ଷିତ ଜଙ୍ଗଲରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଜଙ୍ଗଲରେ ଲାଗିଥିବା ଏହି ନିଆଁ କୁ ବନକର୍ମଚାରି ମାନେ ଲିଭାଇ ଥିଲେ।

Leave A Reply

Your email address will not be published.