ରାଜଧାନୀରେ ଖଣ୍ଡା ବୁଲାଇ ଅଢେଇ ଘଣ୍ଟା ଆତଙ୍କ କରିବା ଘଟଣା, ୨ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜଧାନୀରେ ଖଣ୍ଡା ବୁଲାଇ ଅଢେଇ ଘଣ୍ଟା ଆତଙ୍କ କରିବା ଘଟଣା। ମଞ୍ଚେଶ୍ୱର ଅଞ୍ଚଳରେ ଦବ୍‌ଦବା ପାଇଁ ଖଣ୍ଡା ବୁଲାଇ ଦାଦାଗିରି ଘଟଣାରେ ଦୁଇ ଜଣ ଗିରଫ । ଏକ କାର୍‌ , ଲୁହାପାଇପ୍‌ ଓ ମୋବାଇଲ ଜବତ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ମଞ୍ଚେଶ୍ୱର ଛକରେ ଏହି ଘଟଣା ଘଟିଛି।

୧୦ଟି ଦୋକାନକୁ ଖଣ୍ଡାରେ ହାଣିଲେ। ପ୍ରତିବାଦ କରିବାରୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ୫ ଜଣ ଦୋକାନୀ ଆହତ ହୋଅଛନ୍ତି। ଅଭିଯୁକ୍ତ ରାକେଶ ରଞ୍ଜନ ମହାନ୍ତିଙ୍କ ନାଁରେ କମିଶନରେଟ୍‌ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଘଟଣାର ଭିଡିଓ ଭାଇରାଲ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.