ସାର୍କ ମାଛକୁ ମାରି ପଶ୍ଚିମବଙ୍ଗ ଚାଲାଣ ବେଳେ ଦୁଇ ଅଟକ, ମାଛ ଜବତ

ବ୍ରହ୍ମଗିରି : ସାର୍କ ମାଛକୁ ମାରି ପଶ୍ଚିମବଙ୍ଗ ଚାଲାଣ କରୁଥିଲେ । ମାଡ଼ି ବସିଲା ବନ ବିଭାଗ । ବ୍ରହ୍ମଗିରି ବନବିଭାଗ ଚଢ଼ଉ କରି ସାର୍କ ମାଛ ଜବତ କରିବା ସହ ଗାଡ଼ି ଓ ଦୁଇ ଜଣଙ୍କୁ ଅଟକ ରଖିଛି । ଏକ ମହିନ୍ଦ୍ରା ପିକପ୍ ଗାଡ଼ିରେ ଚାଲାଣ ହେଉଥିଲା । ସାର୍କ ମାଛକୁ ଅରଖକୁଦା ମୁହାଣ ନିକଟରୁ ଧରାଯାଇଥିଲା । ବାହାରକୁ ଚାଲାଣ କରିବାକୁ ବ୍ୟବସ୍ଥା କରାଯାଉଥିଲା । ସାମୁଦ୍ରିକ ମାଛକୁ କାଟି ବରଫ ପେଟିରେ ୧୨ ଖଣ୍ଡ କରି ରଖାଯାଇଥିଲା । ଖବର ପାଇ ବ୍ରହ୍ମଗିରି – ଅରଖକୁଦା ସହଦେବପୁର ରାସ୍ତାରୁ ଗାଡ଼ି ଓ ମାଛ ଜବତ କରିଥିଲା ବନ ବିଭାଗ । ତେବେ ସାର୍କ ମାଛର ମୁଣ୍ଡକୁ ଦୁର୍ବୃତ୍ତମାନେ ଗାଏବ କରିଦେଇଛନ୍ତି । ଚାଲାଣ ହେଉଥିବା ମାଛର ନମୁନା ସଂଗ୍ରହ କରାଯାଇଛି। ଘଟଣାରେ ଅଧିକ ତଦନ୍ତ କରୁଛି ବନ ବିଭାଗ ।