ଭରତପୁର ଅଞ୍ଚଳରେ ବନ୍ଧୁକ ଗ୍ୟାଙ୍ଗର ଦୁଇ ଜଣ ଗିରଫ, କାରରୁ ମିଳିଥିଲା ମାରଣାସ୍ତ୍ର

ଭୁବନେଶ୍ୱର : ଭରତପୁର ଅଞ୍ଚଳରେ ବନ୍ଧୁକ ଗ୍ୟାଙ୍ଗର ଦୁଇ ଜଣ ଗିରଫ । ୫ ଜଣ ବସି ଅପରାଧ ଯୋଜନା କରିବା ବେଳେ ପୋଲିସର ଚଢ଼ାଉ କରାଯାଇଛି । ଅପରାଧ ପାଇଁ ମସୁଧା କରୁଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । କାରରୁ ମିଳିଥିଲା ମାରଣାସ୍ତ୍ର । ଦେଶୀ ପିସ୍ତଲ, ଖଣ୍ଡା, କଟୁରୀ, ଜୀବନ୍ତ ଗୁଳି ଜବତ ହୋଇଛି ।
ନୟାପଲ୍ଲୀ ପୋଲିସ ଓ ସ୍ପେଶଲ୍ ସ୍କ୍ୱାଡ କାବୁ କରିଛନ୍ତି । ତିନି ଚାରି ଜଣ ଫେରାର ଅଛନ୍ତି । ଦାଧି ବାମନ ଜେନା, ତିଗିରିଆ, ନୟାପଲ୍ଲୀରେ ମାମଲା ରହିଛି । ସୂର୍ଯ୍ୟ ବାହାଦୁର ଥାପାର ମଧ୍ୟ ଅପରାଧିକ ମାମଲା ରହିଛି । ଜମି ଜବଦଖଲ କରିଥିଲେ ଓ ଧମକ ଚମକ ଦେଉଥିଲେ । ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।