ଢେଙ୍କାନାଳ ଗୁଳିମାଡ଼ ଘଟଣା : ଗିରଫ ହେଲେ ଗୁଳିମାଡ଼ କରିଥିବା ନୃପତି ନାଏକଙ୍କ ବାପା ଓ ଜଣେ ସମ୍ପର୍କୀୟ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଗୁଳିମାଡ଼ ଘଟଣାରେ ୨ ଗିରଫ । ଗୁଳିମାଡ଼ କରିଥିବା ନୃପତି ନାଏକଙ୍କ ବାପା ଓ ଜଣେ ସମ୍ପର୍କୀୟଙ୍କୁ ଗିରଫ କରିଛି ପୋଲିସ୍‌ । ଢେଙ୍କାନାଳ ସଦରଥାନା କନ୍ଧପାଳ ଗାଁରେ ପୋଖରୀ ଖୋଳାକୁ ନେଇ ଦୁଇ ସମ୍ପର୍କୀୟ ଭାଇଙ୍କ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଗୁଳିମାଡ଼ରେ ଜଣଙ୍କର ଜୀବନ ଯାଇଥିବା ବେଳେ ଖଣ୍ଡା ଚୋଟରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ପୋଖରୀ ଖୋଳାକୁ ନେଇ ଗାଁର ନୃପତୀ ନାୟକଙ୍କ ପରିବାର ଓ ଦଳେଇ ନାୟକଙ୍କ ଭିତରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ଦଳେଇଙ୍କ ଉପରେ ଗୁଳି ଚଳାଇଥିଲେ ନୃପତୀ ଓ ସହଯୋଗୀ । ଏହାପରେ ପ୍ରତି ଆକ୍ରମଣ କରିଥିଲେ ମୃତ ଦଳେଇଙ୍କ ପରିବାର ଲୋକ । ଖଣ୍ଡାରେ ନୃପତୀଙ୍କ ପତ୍ନୀ ଓ ତିନି ବର୍ଷର ଛୁଆକୁ ଗୋଡ଼େଇ ଗୋଡ଼େଇ ଖଣ୍ଡାରେ ହାଣିଥିଲେ । ଗୁରୁତର ଅବସ୍ଥାରେ ମାଆ-ଛୁଆ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଦଳେଇ ନାଏକଙ୍କ ପରିବାର ଲୋକ ଗୁଳିମାଡ଼ରେ ସାମିଲ ଥିବା ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ବି ଲଗାଇ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.